ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ : ମେୟର, ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ
କନକ ବ୍ୟୁରୋ : ମହାନଗର ନିଗମ ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ଏହି ପ୍ରସ୍ତାବକୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ମୋହର ମାରିଛି । ତେଣୁ ଖୁବ ଶୀଘ୍ର ଏ ସଂପର୍କୀତ ଆଇନ ବିଧାନସଭାକୁ ସଂଶୋଧନ ପାଇଁ ଆସିପାରେ । ବର୍ତ୍ତମାନ ସୁଦ୍ଧା ମହାନଗର ନିଗମ ମେୟର ଓ ପୌରାଧ୍ୟକ୍ଷ ସହ ଏନଏସି ଅଧ୍ୟକ୍ଷ ପରୋକ୍ଷ ନିର୍ବାଚନ ଲଢ ିଆସୁଥିଲେ । ହେଲେ ସରକାର ଏହି ବ୍ୟବସ୍ଥା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛନ୍ତି । ସରକାର ଆଇନରେ ସଂଶୋଧନ ଆଣିଲେ କର୍ପୋରେଟର, କାଉନସିଲର ଭଳି ମହାନଗର ନିଗମ ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକ ସରକାର ସମୟରେ ପଞ୍ଚାୟତ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସରକାର ସମୟରେ ଏହାକୁ ପରିବର୍ତ୍ତନ କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଚତୁର୍ଥ ପାଳିରେ ବିଜୁ ପଟ୍ଟନାୟକ ସରକାର ସମୟର ସେ ନିଷ୍ପତ୍ତିକୁ ପୁଣି ଥରେ କାର୍ୟ୍ୟକାରୀ କରିବାକୁ ପାଗ ଭିଡିଛନ୍ତି। ଏହାଦ୍ୱାରା ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡା ବେପାର ହେଉଥିଲା, ତାହା ରୋକାଯାଇପାରିବ ଓ ମେୟର, ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଚୟନରେ ସ୍ୱଚ୍ଛତା ଆସିବ। କେବଳ ସେତିକି ନୁହେଁ, ସରକାର ପ୍ରତ୍ୟକ୍ଷ ନିର୍ବାଚନ ହେଲେ ଏସବୁ ପଦବୀରେ ବସୁଥିବା ବ୍ୟକ୍ତି ବିଶେଷ ବ୍ୟବସ୍ଥା ନିକଟରେ ଟିକିଏ ଅଧିକ ଉତ୍ତରଦାୟୀ ହେବେ ବୋଲି କୁହାଯାଉଛି। ସେହିଭଳି ମେୟର ଓ ଅଧ୍ୟକ୍ଷ ପଦବୀରେ ଅପେକ୍ଷାକୃତ କମ୍ ଯୋଗ୍ୟ ବ୍ୟକ୍ତି ଯେଭଳି ନେତୃତ୍ୱକୁ ପ୍ରଭାବିତ କରି ଆସୁଥିଲେ, ସେଥିରେ ମଧ୍ୟ ରୋକ୍ ଲାଗିବ। ଆଗକୁ ମହାନଗର ନିଗମ, ପୌର ଓ ଏନଏସି ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବୀ ବୋଲି କୁହାଯାଉଛି।