କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି । ଏଣିକି ତୃତୀୟଲିଙ୍ଗି ସନ୍ତାନଙ୍କୁ ମିଳିବ ପରିବାର ପେନସନ । ଏଥିପାଇଁ ୨୫ ବର୍ଷରୁ ଅଧିକ ବୟସର ସନ୍ତାନ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଉପରେ ନିର୍ଭରଶୀଳ ହେବା ଆବଶ୍ୟକ । ଏ ନେଇ ଓଡିଶା ପେନସନ ରୁଲ୍-୧୯୯୨ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

Advertisment

ସେହିଭଳି ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ପାଇଁ ୨୩୭ ହଷ୍ଟେଲ ନିର୍ମାଣକୁ ବି ମଞ୍ଜୁରୀ ମିଳିଛି । ବିମାନ ଇନ୍ଧନରେ ଭାଟ୍ ୧ ପ୍ରତିଶତକୁ ହ୍ରାସ କରାଯାଇଛି । ଫଳରେ ବିମାନରେ ରାଜ୍ୟର ଯେକୌଣସି ଜାଗାକୁ ଉଡିବା ଖର୍ଚ୍ଚ କମିବ । ଏମଏଏସଏମଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ ସହ ଖାଦ୍ୟପ୍ରକ୍ରିୟା ନୀତିରେ ସଂଶୋଧନ କରାଯାଇଛି । ଭୁବନେଶ୍ୱରରେ ଜଳ ଯୋଗାଣ ପାଇଁ ପ୍ରତିଷ୍ଠା ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ । ୧୩୦ ମିଲିୟନ ଲିଟର କ୍ଷମତାବିଶିଷ୍ଟ ଜଳବିଶୋଧନ ପ୍ଲାଣ୍ଟ ଲାଗି ଟେଣ୍ଡରକୁଚ୍ୟାବିନେଟ୍ ଅନୁମୋଦନ ମିଳିଛି ।