ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏକାଧିକ ଚିଠା ବିଲକୁ ଅନୁମୋଦନ ମିଳିବା ସମ୍ଭାବନା ।

362

କନକ ବ୍ୟୁରୋ : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର ଅଛି । ଦିନ ୧୨ଟା ୧୫ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି ।

ତେବେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ବୈଠକରେ କିଛି ଚିଠା ବିଲକୁ ଅନୁମୋଦନ ସହ ରାଜ୍ୟରେ ସମ୍ଭାବ୍ୟ ପୌର ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି । ତେବେ ଏହି ବୈଠକରେ ଏକାଧିକ ବିଲକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।