କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତି । ଆଜି ରାଜ୍ୟ କ୍ୟାବିନେଟରେ ୧୨ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଜଳସମ୍ପଦ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ଗୃହ ନିର୍ମାଣ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବାଜିଛି ମୋହର । କ୍ୟାବିନେଟର ନିଷ୍ପତି ଅନୁସାରେ ୨୦୧୮ ଜାନୁୟାରୀ ପହିଲାରୁ ରାଜ୍ୟର ସମସ୍ତ ହାଇସ୍କୁଲ ଓ କଲେଜର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀଙ୍କୁ ଶତ ପ୍ରତିଶତ ଅନୁଦାନ ବା ଗ୍ରାଣ୍ଟ-ଇନ-ଏଡ ପ୍ରଦାନ କରିବା ପାଇଁ କ୍ୟାବିନେଟରେ ନିଷ୍ପତି । ଏହି ନିଷ୍ପତି ଯୋଗୁ ରାଜ୍ୟର ୨୫ ହଜାର ୬୦୪ ଜଣ ଶିକ୍ଷକ ଉପକୃତ ହେବେ । ଏହି ନିଷ୍ପତି ଯୋଗୁ ରାଜ୍ୟର ୨୫ ହଜାର ୬୦୪ ଜଣ ଶିକ୍ଷକ ଉପକୃତ ହେବେ ।
ସେହିପରି ୩୦୭ଟି ଗାଁରେ ଶୁଦ୍ଧ ପାନୀୟ ଜଳଯୋଗାଣକୁ ଗୁରୁତ୍ୱ ଦେଇ ୪ଟି ଗ୍ରାମାଂଚଳ ପାଇପ୍ ପାଣି ପ୍ରକଳ୍ପ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ୨୪ ମାସ ମଧ୍ୟରେ ପ୍ରକଳ୍ପ କାମ ସରିବାର ଥିବା ବେଳେ ଏହାଯୋଗୁ ୩.୫୩ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ ୪କୋଟି ୨୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାକୁ ୨ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ଏ ବାବଦରେ ଆବେଦନ ହୋଇଥିବା ଟେଣ୍ଡରକୁ ମଂଜୁରୀ ଦିଆଯାଇଛି । ଅନ୍ୟପଟେ ଦକ୍ଷତା ଓ ଖଣି ବିଭାଗରେ ନୂଆ ନିଯୁକ୍ତିକୁ କ୍ୟାବିନେଟର ମଂଜୁରୀ ମିଳିଛି । ସେହିଭଳି ଉଚ୍ଚ ନ୍ୟାୟଳୟଙ୍କ ସୁପାରିଶ ଅନୁସାରେ ନୂତନ ଭାବେ ନିଯୁକ୍ତ ପାଇଥିବା ସିଭିଲ ଜଜ ମାନଙ୍କର ଶିକ୍ଷାନବୀଶ ଦୁଇ ବର୍ଷରୁ ଏକ ବର୍ଷକୁ ହ୍ରାସ କରିବା ସହ ଶୁଭେନ୍ଦୁ କୁମାର ରାୟଙ୍କୁ ଓଡିଶା ଲୋକସେବା ଆୟୋଗର ସଦସ୍ୟ ପଦବୀରେ ନିଯୁକ୍ତି, ଭଳି ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/cabinet.jpg)