କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଅନ୍ୟାନ୍ୟ ବିଭାଗ ଭଳି ବଜେଟରେ କ୍ରୀଡା ବିଭାଗକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର । କ୍ରୀଡା ଏବଂ ଯୁବସେବା ପାଇଁ ରାଜ୍ୟ ସରକାର ୧୩୧୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଜିଲ୍ଲା ସ୍ତରୀୟ କ୍ରୀଡା ଏକାଡୋମୀ ପ୍ରତିଷ୍ଠା କରିବା ସହ ମିନି ଷ୍ଟାଡିୟମ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଭୂବନେଶ୍ୱରରେ କ୍ରୀଡା ଭିତ୍ତିଭୂମିର ବିକାଶ ସହ ଏକ ନୂଆ ଷ୍ଟାଡିୟମ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏନେଇ ରାଜ୍ୟ ସରକାର ୯୫୨ କୋଟି ଟଙ୍କାର ପ୍ରାବଧାନ ବଜେଟରେ ଆଣିଛନ୍ତି । କେବଳ ସେତିକି ନୁହେଁ ଯୁବବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବଶକ୍ତି ଅଧିନରେ ୧ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।