ବଜେଟରେ ପୁରୀ-ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା । ଉଭୟ ମନ୍ଦିରର ବିକାଶ ଓ ଉନ୍ନତୀକରଣ ପାଇଁ ଚଳିତ ଆର୍ଥିକ ବର୍ଷରେ ‘ଅବଢ଼ା’ ଯୋଜନାରେ ୬୯୫ କୋଟି ବ୍ୟୟବରାଦ ।
କନକ ବ୍ୟୁରୋ: ଚଳିତ ବଜେଟରେ ଆଉ ଏକ ବିଶେଷତ୍ୱ୍ୱ ହେଉଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ପରିଣତ କରିବା ପାଇଁ ବୃହତ ଯୋଜନାକୁ ଅର୍ଥ ମଂଜୁର କରିଛନ୍ତି ସରକାର । ଏଥିପାଇଁ ‘ଅବଢ଼ା’ ଯୋଜନା ଅଧିନରେ ସର୍ବମୋଟ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ହେବ ୬୯୫ କୋଟି ଟଙ୍କା ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ, ବହୁତଳ ବିଶିଷ୍ଟ କାର ପାର୍କିଂ ବ୍ୟବସ୍ଥା, ସ୍ୱର୍ଗଦ୍ୱାରର ଉନ୍ନତି, ସମୁଦ୍ର କୂଳର ଭେଣ୍ଡିଂ ଜୋନ୍ ଆଦିର ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେବ । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚତୁପାଶ୍ୱର୍ର ଉନ୍ନତିକରଣ ପାଇଁ ବଡ଼ ଯୋଜନା କରିଛନ୍ତି ସରକାର । ମୋଟ ୭ ଶହ କୋଟି ଟଙ୍କାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିପାଇଁ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା ।
ତେବେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି ଓ ଐତିହ୍ୟର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିବା ସହ ବଡ ବଡ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ତେବେ ଐତିହ୍ୟସ୍ଥଳର ବିକାଶ ପ।।ଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯେଉଁ ଘୋଷଣା କରିଥିଲେ ତାହାର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ନିମନ୍ତେ ଚଳିତ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଉ ସେଥି ନିମନ୍ତେ ଅର୍ଥ ମଧ୍ୟ ଅଟକଳ କରାଯାଇଛି । ପୁରୀ, ଲିଙ୍ଗରାଜ, ତାରାତାରିଣୀ ଏ ସମଲେଶ୍ୱରୀ ପୀଠ ପାଇଁ ଯେଉଁସବୁ ଘୋଷଣା ହୋଇଥିଲା ତାର କାର୍ଯ୍ୟକାରିତା ପାଇଁ ଚଳିତ ବଜେଟରେ ବ୍ୟୟଅଟକଳ ହୋ