ବିଧାୟକ ପାଣ୍ଠି ନେଇ ବଜେଟରେ ବଡ ଘୋଷଣା । ବଢିଲା ବିଧାୟକଙ୍କ ହାତ ପାଣ୍ଠି । ୧ କୋଟିରୁ ବଢି ୩ କୋଟି ହେଲା ଏମଏଲଏ ଲ୍ୟାଡ୍

464

କନକ ବ୍ୟୁରୋ: ବିଧାୟକ ପାଣ୍ଠି ନେଇ ବଜେଟରେ ବଡ ଘୋଷଣା । ବଢିଲା ବିଧାୟକଙ୍କ ହାତ ପାଣ୍ଠି । ୧ କୋଟିରୁ ବଢି ୩ କୋଟି ହେଲା ବିଧାୟକଙ୍କ ହାତପାଣ୍ଠି । ବଜେଟ ଉପସ୍ଥାପନ ବେଳେ ବିଧାୟକଙ୍କ ଏମଏଲଏ ଲ୍ୟାଡ ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସାଂସଦଙ୍କ ହାତ ପାଣ୍ଠି ୨ କୋଟିରୁ ବୃଦ୍ଧି ପାଇ ୫ କୋଟିରେ ପହଞ୍ଚିଥିବା ବେଳେ ଏମଏଲଏଙ୍କ ମଧ୍ୟ ହାତପାଣ୍ଠି ବୃଦ୍ଧି କରିବାକୁ ଏଥର ବଜେଟରେ ନିଷ୍ପତ୍ତି ନିଆଯାଇଥି ଆଉ ଏହାକୁ ସିଧାସଳଖ ୩ କୋଟିକୁ ବଢାଯାଇଛି ।

ତେବେ ବିଧାୟକମାନେ ୩ କୋଟିରୁ ୨ କୋଟି ସାଧାରଣ ଉନ୍ନୟନ ପାଇଁ ଖର୍ଚ୍ଚ କରିବେ । ୫୦ ଲକ୍ଷ ଟଙ୍କା ରାସ୍ତା କାମ ଓ ମରାମତି ପାଇଁ ଖର୍ଚ୍ଚ କରିବେ ଏବଂ ବାକି ୫୦ ଲକ୍ଷ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ଖର୍ଚ୍ଚ କରିପାରିବେ । ନିଜ ନିଜ ନିର୍ବାଚନମଣ୍ଡଳୀର ଉନ୍ନତି ଓ ବିକାଶ ପାଇଁ ବିଧାୟକଙ୍କ ହାତପାଣ୍ଠି ଥାଏ । ଜନପ୍ରତିନିଧିମାନେ ସେହି ପାଣ୍ଠିରୁ ନିଜ ଅଞ୍ଚଳର ସମସ୍ତ ବିକାଶମୂଳକ କାମ କରିଥାନ୍ତି । ସରକାରୀ ସହାୟତା, ଯୋଜନା ବାଦେ ଏହା ଜରୁରୀକାଳୀନ ସ୍ଥିତିରେ ଅଞ୍ଚଳର ବିକାଶ ପାଇଁ ବିଧାୟକମାନେ ଖର୍ଚ୍ଚ କରିଥାନ୍ତି ।

 

ସେପଟେ ଆଜି ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା ସମ୍ପୂର୍ଣ୍ଣ ପେପରଲେସ ହୋଇଥିବା ବେଳେ କୃଷି ଓ କୃଷକକୁ ବଜେଟରେ ଫୋକସ କରାଯାଇଛି । ତେବେ କାଳିଆ ଯୋଜନାକୁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ କୃଷି ପାଇଁ ଚଳିତ ବର୍ଷ ୧୯, ୪୦୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ଓଡିସାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବଜେଟରେ ୭୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ତେବେ ବଜେଟରେ ଅନେକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଉ ଏସବୁକୁ ଲୋକାଭିମୁଖୀ କରିବାକୁ ବ୍ୟୟ ଅଟକଳ ହୋଇଛି ।