ଆସିଲା ଓଡ଼ିଶା ବଜେଟ୍ ୨୦୨୦: ପ୍ରଥମଥର ପାଇଁ ବିଧାନସଭାରେ ଆଇପ୍ୟାଡରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଚଳିତ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ।

512

ବଢିଲା ରାଜ୍ୟ ବଜେଟ୍ । ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ଆଇପ୍ୟାଡରେ ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ରାଜ୍ୟର ଉନ୍ନତିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରକୁ ସରକାର ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା, ଚଳିତ ବର୍ଷରୁ ୨ ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପିତ ହୋଇଛି । ଜେଣ୍ଡର ବଜେଟ୍ ଓ ଚାଇଲ୍ଡ ବଜେଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର ୬.୧୬ % ହେବ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୫% ରହିବା ସମ୍ଭାବନା ରହିଛି । ତେବେ ବଜେଟ୍ ରେ କୃଷି ବଜେଟ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । ମୁଖ୍ୟତଃ କାଳିଆ ଯୋଜନା ପାଇଁ ୩ ହଜାର ୧ ଶହ ୯୫ କୋଟି ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ସେପଟେ ଓୟୁଏଟିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୮୪ ହଜାର ହେକ୍ଟର ଜମି ଜଳସେଚିତ ହେବ । ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୨ ହଜାର କୋଟି ଖର୍ଚ୍ଚ ହେବ । ପ୍ରମୁଖ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ପାଇଁ ଖର୍ଚ୍ଚ ହେବ ।