ବାଲେଶ୍ୱର ସହଦେବଖୁଂଟାରୁ ବ୍ରାଉନସୁଗାର ଜବତ : ୧ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ୍

109

କନକ ବ୍ୟୁରୋ : ବାଲେଶ୍ୱର ସହଦେବଖୁଂଟା ଅଂଚଳରୁ ୧ କୋଟି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଗୁଇନ୍ଦା ସୂଚନା ପାଇ ଭୁବନେଶ୍ୱର ଏସଟିଏଫ ଚଢାଉ କରିଥିବାବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ମାନସ ମୁଖୀ ଓ କମଳାକାନ୍ତ ଦାସ । ଚଢାଉ ବେଳେ ଏମାନଙ୍କ ପାଖରୁ ୧ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସଟିଏଫ ।

ଗୁରଫ ଦୁଇ ବ୍ୟକ୍ତିଙ୍କ ଅନ୍ୟାନ୍ୟ ଅପରାଧରେ ମଧ୍ୟ ସଂପୃକ୍ତି ରହିଛି । ସେନେଇ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି । ତେବେ ବେଆଇନ ଡ୍ରଗ୍ସ କାରବାର ନେଇ ଏସଟିଏଫ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ଏପର୍ଯ୍ୟନ୍ତ ୩୦ କିଲୋରୁ ଅଧିକ ବ୍ରାଉନସୁଗାର ଓ ହିରୋଇନ ସମେତ ପ୍ରାୟ ୬୪ କୁଇଂଟାଲ ଗଞ୍ଜେଇ ଜବତ କରିସାରିଲାଣି । ସେହିପରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।