ଦିନକୁ ଦିନ ସଂକୁଚିତ ହେଉଛି ଓଡିଶା ସୀମା : ମାଡି ବସିଲେଣି ପଡୋଶୀ, ନୀରବ ଦ୍ରଷ୍ଟା ସାଜିଛନ୍ତି ସରକାର

ଅଭିଯୋଗ ଆଣି ବିଧାସନଭାରେ ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ବିରୋଧୀ

56

କନକ ବ୍ୟୁରୋ : ଦିନକୁ ଦିନ ସଂଙ୍କୁଚିତ ହେଉଛି ଓଡ଼ିଶା ସୀମା । ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ । କିନ୍ତୁ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ବିଧାନସଭାରେ ଅଭିଯୋଗ ଆଣି ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ । ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉତ୍ତର ଦାବୀ କରିଛନ୍ତି ବିରୋଧୀ ।

ତେବେ କୋରାପୁଟ କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ବିଭିନ୍ନ ସୀମାନ୍ତବର୍ତ୍ତୀ ଜିଲ୍ଲାକୁ ମାଡି ଆସୁଛି ଆନ୍ଧ୍ରପ୍ରଦେଶ । ନିକଟରେ କୋରାପୁଟର କୋଟିଆ ସମେତ ମାଲକାନଗିରି, ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତ୍ତୀ ଗାଁକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଛି ପଡୋଶୀ ରାଜ୍ୟ । ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲେ ବି ନିକଟରେ ଓଡିଶା ଗାଁରେ ନିର୍ବାଚନ କରି ସାରିଛି ଆନ୍ଧ୍ରପ୍ରଦେଶ । ତଥାପି ରାଜ୍ୟ ସରକାର ଚୁପ ବସିଛନ୍ତି । ଆଜିର ବିଧାନସଭାରେ ସୀମା ବିବାଦକୁ ନେଇ ମୁଲତବୀ ପ୍ରସ୍ତାବ ରଖି ମନ୍ତ୍ରୀଙ୍କ ଉତ୍ତର ଦାବି କରିଛନ୍ତି ବିରୋଧୀ ।