କନକ ବ୍ୟୁରୋ : କୁଆଖାଇ ନଦୀ ତଳେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତକ ହେଲେ ସୁରେଶ ଆଦାକ । ତାଙ୍କ ଘର ବସ୍ତା ଅଂଚଳରେ ବୋଲି ଜଣାପଡ଼ିଛି । ସେ ଦୀର୍ଘ ଦିନ ହେଲା ରସୁଲଗଡ଼ ଅଂଚଳରେ ରହି ଅଟୋ ଚଳାଉଥିଲେ । ୨ ଦିନ ତଳେ ସାଙ୍ଗ ମାନଙ୍କ ସହ କୁଆଖାଇକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ଏହି ଯୁବକ ଜଣଙ୍କ ।
ପରିବାର ଲୋକେ ଓ ପୋଲିସ ଗତକାଲି ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ପତା ମିଳିନଥିଲା । ଆଜି ସ୍ଥାନୀୟ ଲୋକେ ନଦୀରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ମଂଚେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/kuakhai.jpeg)