ବିବାଦ ପରେ ପଛକୁ ହଟିଲା ଗଣଶିକ୍ଷା ବିଭାଗ : ବିଧିବଦ୍ଧ ଭାବେ ମନ୍ତ୍ରୀଙ୍କ ଘୋଷଣା…ଚଳିତ ଶିକ୍ଷାବର୍ଷରୁ +୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେବେନି ଛାତ୍ରଛାତ୍ରୀ; ଆସନ୍ତାବର୍ଷରୁ କଡାକଡି ହେବ ନିୟମ

1,213

କନକ ବ୍ୟୁରୋ: ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ନେଇ ନିଜ ନିଷ୍ପତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚଳିତବର୍ଷ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହେବେନି ଛାତ୍ରଛାତ୍ରୀ । ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ । ଆସନ୍ତା ଶିକ୍ଷାବର୍ଷଠାରୁ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ନ ରଖିଲେ ଫେଲ ହେବେ ଛାତ୍ରଛାତ୍ରୀ । ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କିଛି ଦିନ ତଳେ ଏ ନେଇ ବିଭାଗ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସଫେଲ ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା । ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ବିରୋଧ ପରେ ନିଷ୍ପତ୍ତି ବଦଳାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ବଦଳିଲା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଫେଲ୍ ନିୟମ । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତିକୁ ବିରୋଧ ନିୟମରେ ପରିବର୍ତ୍ତନ ଆଣିଲା ଗଣଶିକ୍ଷା ବିଭାଗ । ତେବେ ଚଳିତଶିକ୍ଷା ବର୍ଷରେ ଏହାକୁ ଲାଗୁ ନକରାଯିବା ନେଇ ଆଜି ସୂଚନା ଦେଇଛନ୍ତି ସମୀର ରଂଜନ ଦାଶ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାମାନେ ପ୍ରସ୍ତୁତ ନଥିବାରୁ ଚଳିତ ବର୍ଷ ଏହାକୁ କୋହଳ କରାଯାଇଛି, ହେଲେ ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମକୁ କଡାକଡି ଭାବେ ଲାଗୁ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଉଲ୍ଲେଖ ଥାଉ କି, ଚଳିତ ବର୍ଷଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏଥିପାଇଁ ପିଲାମାନଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିଲା । ଏପରିକି ଉତ୍ୟକ୍ତ ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନିଷ୍ପତିରେ ପରିବର୍ତ୍ତନ ଆଣିବାକୁ ଜିଦ୍ ଧରିଥିଲେ ।