ଭୁବନେଶ୍ୱର : ‘ଓମକମ ନ୍ୟୁଜ୍’ ପକ୍ଷରୁ ବ୍ଲଗର୍ସ ମିଟ୍ ଆୟୋଜିତ

22

କନକ ବ୍ୟୁରୋ : ସମୟ ଡିଜିଟାଲର । ଇଂଟରନେଟର ବଢୁଥିବା ଚାହିଦା ଧୀରେ ଧୀରେ ଟିଭିରୁ ଲୋକଙ୍କୁ ଡିଜିଟାଲ୍ ମିଡିଆ ଆଡେ ଟାଣି ନେଉଛି । ଫଳରେ ଡିଜିଟାଲ୍ ମିଡିଆର ବଢୁଛି ଚାହିଦା । ଏଭଳିସ୍ଥଳେ ବ୍ଲଗ ଲେଖିବାର ଶୈଳୀ ଓ ଏହାର ତରିକାକୁ ନେଇ ଆୟୋଜିତ ହୋଇଛି ବ୍ଲଗର୍ସ ମିଟ୍ । ଓମକମ୍ ଡିଜିଟାଲ୍ ମିଡିଆର ବର୍ଷପୁର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା ବ୍ଲଗର୍ସ ମିଟ୍ । ଏଥିରେ ଡିଜିଟାଲ ମାର୍କେଟିଂ ଏକ୍ସପର୍ଟ ଲୋକନାଥ ସ୍ୱାଇଁ ନିଜର ଅଭିଜ୍ଞତା ବାଂଟିଥିଲେ ।

ଏହି ଆଲୋଚନାଚକ୍ରରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବ୍ଲଗରଙ୍କୁ ଶିଖାଯାଇଥିଲା, କିଭଳି ଭଲ ବ୍ଲଗ୍ ଲେଖାଯାଇପାରିବ । ଏଥିସହ କିଭଳି ଲୋକଙ୍କ ଦ୍ୱାରା ବ୍ଲକ୍ ଗ୍ରହଣୀୟ ହୋଇପାରିବ, ସେଦିଗରେ ଶିଖାଯାଇଥିଲା ସୂତ୍ର । ବିଭିନ୍ନ କ୍ଷେତ୍ରରେ ବ୍ଲଗ୍ ଲେଖି କିଭଳି ଅର୍ଥ ଉପାର୍ଜନ କରାଯାଇପାରିବ, ସେନେଇ ଜ୍ଞାନ ଦେଇଥିଲେ ଲୋକନାଥ ସ୍ୱାଇଁ ।

ଓମକମ୍ ପକ୍ଷରୁ କରାଯାଇଥିବା ଏହି କର୍ମଶାଳାରେ ଓମକମ୍ ନ୍ୟୁଜର ମୁଖ୍ୟ ଯଯାତି କରଣ ଡିଜିଟାଲ୍ ମିଡିଆର ଭବିଷ୍ୟତ ବାବଦରେ ଆଲୋକପାତ କରିଥିବା ବେଳେ, କନକ ନ୍ୟୁଜ ଏଡିଟର ମନୋରଂଜ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଟିଭି ଆଉ ଡିଜିଟାଲ୍ ମିଡିଆର ଉପାଦେୟତା ସମ୍ବନ୍ଧରେ ମତପୋଷଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ଥିବା ଅନ୍ୟମାନେ କର୍ମକ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ଓ ଡିଜିଟାଲ୍ କ୍ଷେତ୍ରରେ ସାମ୍ନା କରୁଥିବା ସମସ୍ୟା ବାବଦରେ ଆଲୋଚନା କରିଥିଲେ ।

ଦେଖନ୍ତୁ ଏହି ଭିଡିଓ –