ବିଜେପି ପାର୍ଟି କାର୍ଯ୍ୟାଳୟରେ ବିଜୟ ଉତ୍ସବ । ଯୋଗ ଦେଲେ ବିଜୟୀ ବିଧାୟକ ଓ ସାଂସଦ

321

କନକ ବ୍ୟୁରୋ : ବିଜେପିର ତିନି ବଡ଼ ଚେହେରାଙ୍କ ବଡ଼ ବିଜୟ । ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ଓ ପୁରୀରୁ ସମ୍ବିତ ପାତ୍ର ବିଜୟୀ ହୋଇଛନ୍ତି । ରାଜନୀତି ମଇଦାନରେ ବିଜୟ ପରେ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ସକାଳୁ ସକାଳୁ ନିଜ ସମର୍ଥକଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିବା ସମ୍ବିତ ପାତ୍ର । ସେପଟେ କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ମଧ୍ୟ ବିଶାଳ ଶୋଭାଯାତ୍ରା କରିଛନ୍ତି । ଯେଉଁଥିରେ ସାମିଲ ହୋଇଥିଲେ ଶତାଧିକ ସମର୍ଥକ । ଏପଟେ ପୁଣିଥରେ ଭୁବନେଶ୍ୱର ଆସନରୁ ଜିତିଥିବା ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇଛନ୍ତି ।

ସେପଟେ ବିଜେପିର ଯୁବ ଚେହେରା ତଥା ଧାମନଗର ବିଜୟୀ ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ପୁରୀ ଶ୍ରୀମନ୍ଦିରରେ ପହଁଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେହିପି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ୍ରୁ ବିଜୟୀ ହୋଇଥିବା ବିଭୂତି ପ୍ରଧାନ କଙ୍କଡାହାଡ଼ର ବିଭିନ୍ନ ଗାଁରେ ବିଜୟ ଶୋଭାଯାତ୍ରା କରିଛନ୍ତି ।

ବିଜୟ ପରେ ବିଜେପି ସାଂସଦ ଓ ବିଧାୟକମାନେ ବିଭିନ୍ନ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଅଂଟା ଭିଡ଼ିଛନ୍ତି ।