କନକ ବ୍ୟୁରୋ : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିବାଦ । କେନ୍ଦ୍ରାପଡ଼ା, କାକଟପୁର, କଳାହାଣ୍ଡି, ହାଟଡିହିରେ ଶୋଭାଯାତ୍ରା କରି ଆନ୍ଦୋଳନ କରିଛି ବିଜେପି । କେନ୍ଦ୍ରାପଡ଼ାରେ ବିଜେପି ପକ୍ଷରୁ ଆଳି ବ୍ଲକ ଘେରାଉ କରାଯାଇଛି । ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଆଳି ଡାକବଙ୍ଗଳା ଛକ ନିକଟରୁ ଏଭ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି କାକଟପୁର ବ୍ଲକରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ବ୍ଲକର ଆଗରେ ଧାରଣା ଦେଇଛି ବିଜେପି । ଦୁର୍ନୀତି ହଟାଇବା ନାରା ଦେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । କଳାହାଣ୍ଡି ଜୟପାଟଣାରେ ମଧ୍ୟ ବିଜେପି ପ୍ରତିବାଦ କରିଛି । ସେହିପରି କେନ୍ଦୁଝର ହାଟଡିହି ତହସିଲ କାର୍ଯ୍ୟାଳୟ ନିକଟରୁ ହଜାର ହଜାର କର୍ମୀ ଏକ ବିରୋଟ ଶୋଭାଯାତ୍ରା କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ଦୁର୍ନୀତି ଓ ଭଷ୍ଟାଚର ବିରୋଧରେ ସ୍ୱର ଉତୋଳନ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗଟ କରିଥିଲେ ।

Advertisment