କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ଓ ନେତା । ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆହ୍ୱାନ ଦେଇଛନ୍ତି । ୨୦୧୬ ପରଠାରୁ କାହିଁକି ଗଠନ ହୋଇନାହିଁ ପରିଷଦ ? କେବଳ ଅଧ୍ୟକ୍ଷଙ୍କୁ ନେଇ କେମିତି ଚାଲିଛି ଡବ୍ଲୁଓଡିସି ? ଜଣେ ବ୍ୟକ୍ତି କେମିତି ପରିଚାଳନା କରୁଛନ୍ତି ୨୦୦ କୋଟିର ବଜେଟ୍ ?

Advertisment

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ସ୍ଥାନାନ୍ତରରେ ଟାଳଟୁଳ କାହିଁକି?ଆଇନ୍ ଅନୁସାରେ ୨ଜଣ ସାଂସଦ ଏବଂ ୧୧ ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା କଥା କିନ୍ତୁ ୨୦୧୬ ପରଠାରୁ ଏହା ଗଠନ ହୋଇନାହିଁ । ଏହାରି ଭିତରେ ବିକାଶ ପରିଷଦର ବଜେଟ୍ ୧୦୦ ରୁ ୨୦୦ କୋଟିକୁ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରୁଛି ଭାରତୀୟ ଜନତା ପାର୍ଟି ।