ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’: ଆସନ୍ତା ୧୦ରୁ ୧୭ ଯାଏଁ ଚାଲିବ କାର୍ଯ୍ୟକ୍ରମ, ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ

Advertisment
ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’: ଆସନ୍ତା ୧୦ରୁ ୧୭ ଯାଏଁ ଚାଲିବ କାର୍ଯ୍ୟକ୍ରମ, ଦୁଇଟି ପ୍ରମୁଖ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ

କନକ ବ୍ୟୁରୋ: ଆସନ୍ତା ୧୦ରୁ ବିଜେପି ପକ୍ଷରୁ ଆରମ୍ଭ ହେବ ବିଜୟ ସଂକଳ୍ପ ଅଭିଯାନ । ସାରା ଓଡିଶାରେ ୫ ହଜାରରୁ ଅଧିକ ସଭା ହେବ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ଅବଗତ କରାଯିବ । ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଓଡିଶା ଅଗ୍ରଣୀ ଭୂମିକା ନେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ୭ ଦିନରେ ୫ ହଜାର ସଭା କରିବା ଲକ୍ଷ୍ୟ ରଖାଯାଇଥିବା ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

publive-image

ବିଜେପିର ବିଜୟ ସଂକଳ୍ପ ଅଭିଯାନ ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ଦୁଇଟି ନିର୍ଣ୍ଣାୟକ ମୁଦ୍ଦା ପ୍ରସଙ୍ଗରେ ବିଶେଷ ଗୁରୁତ୍ୱ ଦେବ ଦଳ । ପ୍ରଥମଟି ହେଲା ନବୀନ ସରକାର ବଦଳିବା ଦରକାର ଏବଂ ଅନ୍ୟଟି ହେଲା ମୋଦି ସରକାର ଆସିବା ଦରକାର ପ୍ରସଙ୍ଗରେ ରାଜ୍ୟ ସାଢେ ଚାରି କୋଟି ଜନତାଙ୍କ ପାଖରେ ଦଳ ପହଂଚିବା ନେଇ କୁହାଯାଇଛି । ସେହିପରି ଏହି ଅଭିଯାନ ୭ ଦିନ ମଧ୍ୟରେ ରାଜ୍ୟରେ ପାଖାପାଖି ୫ ହଜାରରୁ ସାଢେ ୫ ହଜାର ସଭା ଆୟୋଜିତ କରାଯିବ ଏବଂ ଏହି ସଭା ମାଧ୍ୟମରେ ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କର ପୂରା ୬୦ ମାସର ଅବଦାନ ସଂପର୍କରେ ଦଳ ସିଧାସଳଖ ଭାବରେ ଜନାତଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।

publive-image

ପୂର୍ବରୁ ବିଜେପି ‘ମୋ ଘର ବିଜେପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଶୁଭାରମ୍ଭ କରିଥିଲେ। ଏହି କାର‌୍ୟ୍ୟକ୍ରମ ଅନୁସାରେ ଦଳର ସମସ୍ତେ କର୍ମୀ ଓ ନେତା ନିଜ ଘରେ ବିଜେପି ପତକା ଲଗାଇବେ । ମୋ ଘର ବିଜେପି ପରିବାର କାର‌୍ୟ୍ୟକ୍ରମ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢାଇବ ବୋଲି ବିଜେପିର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe