ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି : ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଓ ନିମ୍ନମାନର କାମ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଦଳ

141

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛି ବିଜେପି । ପାଖାପାଖି ହଜାରେ କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ କରିଛି ।

୯ଟି ଜିଲ୍ଲାକୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇନାହିଁ । ଏହାକୁ ନେଇ ରାଜ୍ୟରେ ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏଁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ୨୦୨୨ ସୁଦ୍ଧା ସବୁ ଦେଶବାସୀଙ୍କ ମୁଣ୍ଡ ଉପରେ ପକ୍କାଘର ରହିବାକୁ ପ୍ରଧାନମନ୍ତ୍ରୀ ଯୋଜନା କରିଥିଲେ । କିନ୍ତୁ ରାଜ୍ୟରେ ଏହି ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା ବିଜେପି ନେତାମାନେ କେନ୍ଦ୍ରକୁ ଅଭିଯୋଗ କରିଥିଲେ । ଏହି ବାବଦରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ରାଜ୍ୟରେ ତଦନ୍ତ କରି ଏକ ବିସ୍ଫୋରକ ରିପୋର୍ଟ ଦେଇଛି ।

Comments are closed.