କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା ଅଭିଯୋଗ ଆଣିଛି ବିଜେପି । ଏପରିକି ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛି ବିଜେପି । ପାଖାପାଖି ହଜାରେ କୋଟି ଟଙ୍କାର ଦୁର୍ନିତୀ ହୋଇଥିବା ଅଭିଯୋଗ କରିଛି ।
୯ଟି ଜିଲ୍ଲାକୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇନାହିଁ । ଏହାକୁ ନେଇ ରାଜ୍ୟରେ ଆସନ୍ତା ୭ ତାରିଖରୁ ୯ ତାରିଖ ଯାଏଁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ୨୦୨୨ ସୁଦ୍ଧା ସବୁ ଦେଶବାସୀଙ୍କ ମୁଣ୍ଡ ଉପରେ ପକ୍କାଘର ରହିବାକୁ ପ୍ରଧାନମନ୍ତ୍ରୀ ଯୋଜନା କରିଥିଲେ । କିନ୍ତୁ ରାଜ୍ୟରେ ଏହି ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବା ବିଜେପି ନେତାମାନେ କେନ୍ଦ୍ରକୁ ଅଭିଯୋଗ କରିଥିଲେ । ଏହି ବାବଦରେ ଆସିଥିବା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ରାଜ୍ୟରେ ତଦନ୍ତ କରି ଏକ ବିସ୍ଫୋରକ ରିପୋର୍ଟ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/15-5.jpg)