କନକ ବ୍ୟୁରୋ : ଅଧର୍ମ ବହୁତ ହେଲାଣି, ଆଉ ବେଶି ଦିନ ଚଳିବ ନାହିଁ । ଧର୍ମର ସ୍ଥାପନା ହେବ । ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଆଗାମୀ ଦିନରେ ଆନ୍ଦୋଳନ ବିଭିନ୍ନ ସ୍ତରରେ ଜାରି ରହିବ । ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି । ଏହା ଲଗାତାର ଭାବେ ଚାଲିବ । ରାଜ୍ୟ ସରକାରଙ୍କୁ ଚେତାବନୀ, ସେ ସାମ୍ନା କରିବେ ।

Advertisment

ପୋଲିସ ଗିରଫ କରି ନେବା ଓ ୩୦୭ ଦଫା ଲଗାଇବା, ଏଥିରୁ ସ୍ପଷ୍ଟ ଯେ ପୋଲିସ ମିଥ୍ୟା କେସ କରିବାରେ ପାରଙ୍ଗମ ହୋଇଛନ୍ତି । ଧଳା ସାର୍ଟ ପିନ୍ଧା ବ୍ୟକ୍ତି ମାନେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା । ମହିଳା କର୍ମକର୍ତ୍ତା ମାନଙ୍କୁ ମଧ୍ୟ ବର୍ବୋରଚିତ ଆକ୍ରମଣ କରାଯାଇଛି । ୪୦ ବର୍ଷର ରାଜନୀତିରେ ପୋଲିସର ଏପରି ବ୍ୟବହାର ଦେଖିନି ବୋଲି କହିଲେ ସମୀର ମହାନ୍ତି । ମିଛ କେସ ଲଗାଇ ଗିରଫ କରିବା ମଧ୍ୟ କେବେ ଦେଖି ନାହିଁ ବୋଲି କହିଲେ ସମୀର ମହାନ୍ତି ।

ଗତକାଲି ପୋଲିସର ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା । ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ ? ସେମାନେ ବିଜେଡ଼ିର ଗୁଣ୍ଡା ନୁହନ୍ତି ତ ? ସେମାନେ ପ୍ରଥମେ ପଥର ମାଡ଼ କରିଥିଲେ । ଏ ଘଟଣାର ତଦନ୍ତ ଦାବିରେ ଗତକାଲି ରାତିରେ ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଦୀର୍ଘ ସମୟ ଧରି ଧାରଣା ଦିଆଗଲା । କିନ୍ତୁ ପୋଲିସ ଏଫଆଇଆର ଗ୍ରହଣ କାଲା ନାହିଁ । ଏବେ ଯାଏଁ ବି ପଞ୍ଜିକରଣ ହୋଇନାହିଁ । ଏଥିରୁ ଜଣାପଡୁଛି ରାଜ୍ୟରେ କେମିତି ଅଛି ଆଇନଶୃଙ୍ଖଳା ? ଭୁବନେଶ୍ୱରରେ ବି ଅଭିଯୋଗକାରୀଙ୍କ ଏଫଆଇଆର ରଖାଯାଉନି । ମୁଖ୍ୟମନ୍ତ୍ରୀ କୁହନ୍ତି ଯେ ଆଇନ ତା ବାଟରେ ଯିବ । ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଲୋକ କ'ଣ ଆଇନରୁ ଉର୍ଦ୍ଧ୍ୱରେ କି ?

ମନ୍ତ୍ରୀ ନବ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି ଓ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା । ଆନ୍ଦୋଳନ କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ଯଦି ପୋଲିସ ଓ ସରକାର ଭାବୁଥାନ୍ତି, ଯିଏ ଆନ୍ଦୋଳନ କରିବ, ତାଙ୍କୁ ପୋଲିସ ଓ ବିଜେଡ଼ି ଗୁଣ୍ଡା ଲଗାଇ ଆକ୍ରମଣ କରିବେ ୟା ଠୁ ଆଉ କିଛି ଦୁଃଖ କଥା ନାହିଁ ।
ବିଜେପି ଯୁବ ମୋର୍ଚ୍ଚାର ସଭାପତି ଓ ୨୨ରୁ ଉର୍ଦ୍ଧ୍ବକୁ ରାତି ୧ଟାରେ ଫରୱାର୍ଡ଼ କରାଗଲା । ଆନ୍ଦୋଳନକାରୀଙ୍କୁ ଯେଉଁମାନେ ଦେଖା କରିବାକୁ ଯାଇଥିଲେ, ସେମାନେ ଆନ୍ଦୋଳନରେ ନଥିଲେ କିନ୍ତୁ ତାଙ୍କୁ ମଧ୍ୟ ଗିରଫ କରାଗଲା । ଏଥିରୁ ସ୍ପଷ୍ଟ ପ୍ରମାଣ ଯେ, କାହା ନିର୍ଦ୍ଦେଶରେ ସଂଗୀନ ଦଫା ଲଗାଇଲେ ଓ ଗିରଫ କଲେ ।

ଆହତ ବିଜେପି କର୍ମକର୍ତ୍ତାଙ୍କୁ ହସ୍ପିଟାଲରେ ଷ୍ଟ୍ରେଚର ଉପରେ ଚିକିତ୍ସା କରାଯାଉଥିଲା । କିନ୍ତୁ ପୋଲିସ ମାନଙ୍କୁ ଏସି ରୁମରେ ଚିକିତ୍ସା ମିଳିଲା । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସିଲେକ୍ଟିଭ ଟ୍ରିଟମେଣ୍ଟ ଚାଲିଛି ବୋଲି ବିଜେପିର ଅଭିଯୋଗ । ଏଫଆଇଆର ନେଉ ନାହାନ୍ତି । ଧଳା ସାର୍ଟ ପିନ୍ଧା ଲୋକଙ୍କର ଫୁଟେଜ ଅଛି, ହେଲେ ଗିରଫ କରାଯାଉନାହିଁ ।