ଦିଲ୍ଲୀରେ ରାଜ୍ୟ ବିଜେପିର ୮ ନବନିର୍ବାଚିତ ସାଂସଦ । ଶାହାଙ୍କୁ ଭେଟିଲେ, ସଂସଦୀୟ ଦଳ ବୈଠକରେ ସାମିଲ ହେଲେ ।

956

କନକ ବ୍ୟୁରୋ: ୧୯ ଯୁଦ୍ଧରେ ରାଜ୍ୟରେ ବିଜେପି ପାଇଁ ବିଜୟ ତିଳକ ପିନ୍ଧିଥିବା ୮ ସାଂସଦମାନେ ଦିଲ୍ଲୀ ଦରବାରକୁ ଯାଇଛନ୍ତି । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ସାକ୍ଷାତ ପରେ ଏମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ତେବେ ଏହି ୮ ଜଣ ବିଜେପି ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ରହିଛନ୍ତି- ସୁନ୍ଦରଗଡ଼ରୁ  ଜୁଏଲ ଓରାମ, ବରଗଡ଼ରୁ ସୁରେଶ ପୂଜାରୀ, ବଲାଙ୍ଗୀରରୁ ସଂଗୀତ ସିଂ ଦେଓ, ସମ୍ବଲପୁରରୁ ନୀତେଶ ଗଙ୍ଗଦେବ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ, ବାଲେଶ୍ଵରରୁ ପ୍ରତାପ ଷଡ଼ଙ୍ଗୀ ଓ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ  ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ଭାବେ ବିଜୟ ପାଇଥିବା ୮ ସାଂସଦଙ୍କ ସହ ରାଜ୍ୟ ବିଜେପିର ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ସାଂସଦମାନେ ଅପରାହ୍ନରେ ସଂସଦୀୟ ସେଣ୍ଟ୍ରାଲ୍ ହଲରେ ହୋଇଥିବା ସଂସଦୀୟ ଦଳ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ମୋଦିଙ୍କ ନାମକୁ ସର୍ବସମ୍ମତ ଭାବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ  ନିର୍ବାଚିତ କରାଯାଇଛି ।