ଅଫିସରଙ୍କ ଉପରେ ରାଗିଗଲେ କେନ୍ଦ୍ରମନ୍ତ୍ରୀ : କ’ଣ ଭାବୁଛ ବୋଲି ସରକାରୀ ଅଧିକାରୀଙ୍କୁ ପଚାରିଲେ ଟୁଡୁ

ପୂର୍ବରୁ ଚମ୍ପୁଆରେ ମାଡ ପଡିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ

112

କନକ ବ୍ୟୁରୋ : କେନ୍ଦୁଝରର ଚମ୍ପୁଆ ପରେ ପୁଣି କୁଚିଣ୍ଡା ସମୀକ୍ଷା ବୈଠକରେ ଅଫିସରଙ୍କ ଉପରେ ରାଗିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କ’ଣ ଭାବୁଛ ବୋଲି ସରକାରୀ ଅଧିକାରୀଙ୍କୁ ପଚାରିଲେ ଟୁଡୁ । ଏକ ବୈଠକରେ ଯୋଗ ଦେଇ ସେ ଅଫିସରଙ୍କ ଉପରେ ରାଗି ଯାଇଛନ୍ତି । କ’ଣ ଭାବୁଛ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଜିଲ୍ଲା ମିଟିଂ ହେଉନି କହି ସେ ଅଫିସରଙ୍କୁ ତାଗିଦ କରିଥିଲେ । ଗତ ୭ ତାରିଖରେ କୁଚିଣ୍ଡା ଗସ୍ତରେ ଯାଇଥିଲେ ବିଶେଶ୍ୱର ଟୁଡ଼ୁ । ଏଠାରେ ସେ ଆଦିବାସୀ ଉନ୍ନୟନ ସଂସ୍ଥାରେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ । କୁଚିଣ୍ଡା ଆଇଟିଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉପରେ ରାଗିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।