କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ଡିନରପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବାକୁ ନେଇ, ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର ।

Advertisment

ସେ କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ ଭଉଣୀ ବୋଲି କହିଥିଲେ, ହେଲେ, ଏବେ ଡାକିଥିବା ଡିନରପାର୍ଟିକୁ ସେ ଗଲେନି । ତେବେ ବଡ ବଡ ଲୋକଙ୍କ ଭିତରେ ନିଜର ଗୁରୁତ୍ୱ ନଥିବା ଭାବି ବୋଧ ହୁଏ ନବୀନ ଯାଇନଥିବା ଜୟନାରାୟଣ କଟାକ୍ଷ କରିଛନ୍ତି । ସେହିପରି, ରାଜ୍ୟର ନାରୀ ନିର୍ଯାତନା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟନାରାୟଣ । ଏଥିସହ ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।