ନିର୍ବାଚନ ପୂର୍ବର ଆକ୍ସନ ମୋଡରେ ରାଜ୍ୟ ବିଜେପି । ଗଠନ କଲା ୩ଟି କୋର କମିଟି

Advertisment
ନିର୍ବାଚନ ପୂର୍ବର ଆକ୍ସନ ମୋଡରେ ରାଜ୍ୟ ବିଜେପି । ଗଠନ କଲା ୩ଟି କୋର କମିଟି

କନକ ବ୍ୟୁରୋ : ନିର୍ବାଚନ ପାଇଁ ତିନୋଟି କୋର କମିଟି ଗଠନ କରିଛି ବିଜେପି । ରାଜ୍ୟ କୋର କମିଟି, ରାଜ୍ୟ ନିର୍ବାଚନ କମିଟି ଏବଂ ରାଜ୍ୟ ଅର୍ଥନ÷÷ତିକ କମିଟି ଏବଂ ରାଜ୍ୟ ଶୃଙ୍ଖଳା କମିଟି ଗଠନ ହୋଇଛି । ରାଜ୍ୟ କୋର କମିଟିରେ ଦଳର ବରିଷ୍ଠ ନେତା ରହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ନବ, ବିଶ୍ୱେଶର ଟୁଡୁଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମଙ୍କ ସମେତ କେଭି ସିଂହ ଦେଓ, ସମ୍ବିତ ପାତ୍ର, ସମୀର ମହାନ୍ତି ପ୍ରମୁଖ ରହିଛନ୍ତି । ସେହିପରି ରାଜ୍ୟ ନିର୍ବାଚନ କମିଟିରେ ଏହି ସବୁ ନେତା ରହିଛନ୍ତି । କମିଟିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସମେତ ବିଜୟ ସିଂହ ତୋମାର ଏବଂ ସୁଶ୍ରୀ ଲତା ଉସେଣ୍ଡି ରହିଛନ୍ତି । ସେହିପରି ଶୃଙ୍ଖଳା କମିଟିରେ ପ୍ରତାପ ଷଡଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ, ସୁଦୀପ୍ତା ରୟ ଏବଂ ସୁଦର୍ଶନ ନାୟକ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe