କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ନେତା । ରାଜ୍ୟ ନେତୃତ୍ୱଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ କରିବେ ଆଲୋଚନା । ଓଡ଼ିଶାରେ କେମିତି ଲଢେଇ ହେବ ସେନେଇ ରାଜ୍ୟ ନେତୃତ୍ୱଙ୍କ ସହ ହେବ ଆଲୋଚନା । ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ, କୋର କମିଟି ସଦସ୍ୟଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ ଦଳର ଶୀର୍ଷ ନେତୃତ୍ୱ । ଏଥିପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ବିଜେପି ନେତା । ସନ୍ଧ୍ୟା ୫ଟାରେ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ କେନ୍ଦ୍ରୀୟ ନେତୃତ୍ୱ ।

୨୦୨୪ ନିର୍ବାଚନ ବିଜେପି ଏକାକୀ ଲଢିବ ବୋଲି ସଭାପତି ମନମୋହନ ସାମଲ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ବିଜେଡି ସହ କୌଣସି ମେଣ୍ଟ ହେବନି ବୋଲି ମନମୋହନ କହିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଥିଲେ ମଧ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦଳୀୟ କର୍ମୀଙ୍କୁ ଶଙ୍କାରେ ପକାଉଛି । ତେଣୁ ଦିଲ୍ଲୀ ହେବାକୁ ଥିବା ବୈଠକରେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।