ଏମକେସିଜିରେ ଅକ୍ସିଜେନ୍ ଅଭାବ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲାପାଳଙ୍କ ଜବାବ, ଏହା ମିଛ ଖବର ।

Advertisment
ଏମକେସିଜିରେ ଅକ୍ସିଜେନ୍ ଅଭାବ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲାପାଳଙ୍କ ଜବାବ, ଏହା ମିଛ ଖବର ।

କନକ ବ୍ୟୁରୋ: ଦେଶରେ ଆବଶ୍ୟକ କରୁଥିବା ରାଜ୍ୟକୁ ଓଡିଶା ଅକ୍ସିଜେନ୍ ଯୋଗାଉଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଅକ୍ସିଜେନ୍ ଷ୍ଟକ ନଥିବା ନେଇ ଟୁଇଟ କରି ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ । ଏପରିକି ଅକ୍ସିଜେନ ନଥିବା କାରଣରୁ କିଛି ରୋଗୀ ପ୍ରାଣ ହରାଇଥିବା କଥା ମଧ୍ୟ ସେ ଟୁଇଟରେ ଉଲ୍ଲେଖ କରିଥିଲେ । ତେବେ ଏହାର ଜବାବରେ ଗଂଜାମ ଜିଲ୍ଲାପାଳ କହିଛନ୍ତି ଏହା ଏକ ମିଛ ଖବର । ଏଥିସହ ଜିଲ୍ଲାପାଳ ପ୍ରଥମ ଥର ପାଇଁ କୋଭିଡ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପିପିଇକିଟ୍ ପିନ୍ଧି ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଜୟ ଅମୃତ କୁଲାଙ୍ଗେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଗଂଜାମ ଜିଲ୍ଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe