ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଓଡ଼ିଶା ବିଜେପି ପ୍ରଭାରୀଙ୍କ ଟାର୍ଗେଟ୍: କହିଲେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ; ଓଡ଼ିଶାର ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ପରିବାର

ସେପଟେ ଆୟୁଷ୍ମାନ, ଚାଷୀ ଏବଂ ଜଳ ଯୋଗାଣ ଓ ଜଳ ସେଚନ ନେଇ ଉଠାଇଲେ ପ୍ରଶ୍ନ

131

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ । ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ କହିଛନ୍ତି- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ । ସେହିପରି ଆଇନ ଶୃଙ୍ଖଳା, ଦୁର୍ନୀତି, ପାନୀୟ ଜଳ ଯୋଗାଣ, ଜଳସେଚନ, ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ।

ଆହୁରୀ କହିଛନ୍ତି ରାଜ୍ୟବାସୀ କୌଣସି ଅଫିସରଙ୍କ ନିର୍ବଚିତ କରିନାହାଁନ୍ତି । ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି- କାହିଁକ ରାଜ୍ୟ ଯୋଜନାରେ ସାମିଲ ହେଉନାହିଁ । ଓଡ଼ିଶାବାସୀଙ୍କ ମଙ୍ଗଳ ଚାହୁଁନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଓଡ଼ିଶାରେ କେତେ ଗାଁକୁ ପାନୀୟ ଜଳ ସେଚନ ହୋଇଛି ଆଉ କାହିଁକି ପ୍ରାୟ ୧୨ ଗାଁ ଲୋକ ପିଈବା ଯୋଗ୍ୟ ମଧ୍ୟ ପାଉ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କାଳିଆ ଯୋଜନାକୁ ନେଇ କହିଛନ୍ତି-କେନ୍ଦ୍ର ସରକାରଙ୍କ ଭଳି କାହିଁକି ଚାଷୀଙ୍କ ଖାତାକୁ ଟଙ୍କା ଆସୁନି । ଚାଷୀଙ୍କ ପାଖରେ ଚାଷୀଙ୍କ ସଠିକ୍ ସଂଖ୍ୟା କାହିଁକି ନାହିଁ ବୋଲି ପ୍ରଶ୍ନ କହିଛନ୍ତି ।