ମାହାଙ୍ଗା ଡବଲ ମର୍ଡର ଘଟଣା : ରାଜ୍ୟ ସରକାରଙ୍କୁ ବିଜେପି ପ୍ରଭାରୀଙ୍କ ଟାଗେର୍ଟ; କହିଲେ, ପିଏମ୍ ଆବାସ ଦୁର୍ନୀତିି କଥା କହିବାରୁ କୁଳମଣିଙ୍କୁ କରାଗଲା ହତ୍ୟା

ସେପଟେ ଆଉ ଜଣେ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି

121

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ଦୁର୍ନୀତି ମାମଲାରେ ମୁହଁ ଖୋଲିବାରୁ କୁଳମଣି ଓ ଦିବ୍ୟସିହ ବରାଜଙ୍କୁ ହତ୍ୟା କରଯାଇଥିବା ପୁରନ୍ଦେଶ୍ୱରୀ ଅଭିଯୋଗ କରିଛନ୍ତି । ଏଫାଇଆରରେ ମନ୍ତ୍ରୀଙ୍କ ନାଁ ଥିଲେ ବି କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଏହା ଉପରେ ନଜର ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟରେ ମହିଳା ଅତ୍ୟାଚାର ଓ ଶିଶୁ ନିର୍ଯାତନା ବଢିଛି ବୋଲି କହିଛନ୍ତି ପୁରନ୍ଦେଶ୍ୱରୀ । ଆଜି ମାହାଙ୍ଗାର ନୃତାଙ୍ଗ ଗାଁକୁ ଯାଇ ମୃତ କୁଳମଣି ବରାଳଙ୍କ ପରିବାରବର୍ଗକୁ ଭେଟିଛନ୍ତି ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ । ପରିବାର ଲୋକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରନ୍ଦେଶ୍ୱରୀ ।  ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପଂହଚିଛି ଏବେ ବି ୪ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗତକାଲି ଜଣେ ଏବଂ ଆଜି ଆଉ ଜଣଙ୍କୁ ଗିରଫ ପରେ ମୋଟ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି ହୋଇଛି ।