ଅଗଷ୍ଟ ଶେଷରେ ଆସିବ ମୋହନ ସରକାରଙ୍କ ନୂଆ ଅବକାରୀ ନୀତି । ସୁନ୍ଦରଗଡରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ । ୨ ମଦ କାଉଁଣ୍ଟର ସିଲ୍ ।

Advertisment
ଅଗଷ୍ଟ ଶେଷରେ ଆସିବ ମୋହନ ସରକାରଙ୍କ ନୂଆ ଅବକାରୀ ନୀତି । ସୁନ୍ଦରଗଡରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ । ୨ ମଦ କାଉଁଣ୍ଟର ସିଲ୍ ।

କନକ ବ୍ୟୁରୋ: ଅବକାରୀ ନୀତିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ । ଅଗଷ୍ଟ ଶେଷରେ ଆସିବ ନୂଆ ପଲିସି । ସରକାରୀ ଜାଗାରେ ଲିଜରେ ଥିବା ମଦ ଦୋକାନୀଙ୍କ ପାଇଁ ଅଡୁଆ ବଢିଛି । କାରଣ ଲିଜ ଅବଧି ଜୁଲାଇ ୩୧ରେ ଶେଷ ହୋଇଛି । ଏବେ ଆଗକୁ କଣ ହେବ? ଯିଏ ଲିଜରେ ନେଇଥିଲେ ସେ ମଦ ଦୋକାନ ଖୋଲିବାକୁ ପୁଣି ଅନୁମତି ପାଇବେ ନା ନାହିଁ? ଲିଜ ଅବଧି ସରିଥିବାରୁ ମଦ ଦୋକାନ ଖୋଲିପାରିବେ ନା ନାହିଁ? ଏଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ଅଗଷ୍ଟ ଶେଷରେ ନୂଆ ଅବକାରୀ ନୀତି ଆସିବ। ନୂଆ ପଲିସିରେ ଯେଉଁ ଯେଉଁ ନିଷ୍ପତ୍ତି ନିଆଯିବ। ସେହି ନିଷ୍ପତ୍ତି ଅଧାରରେ ଆଗାମୀ ଦିନରେ ସବୁ କିଛି ଚାଲିବ ।

ସୁନ୍ଦରଗଡ଼ରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ
ସିଲ ହେଲା ଦୁଇଟି ମଦ ଦୋକାନ

ଜୁଲାଇ ୩୧ରେ ଲିଜ ଅବଧି ସରିବା ପରେ ଅଗଷ୍ଟ ପହିଲାରେ କାର୍ଯ୍ୟାନୁଷ୍ଠାନ ନେଲା ଅବକାରୀ ବିଭାଗ । ସୁନ୍ଦରଗଡ଼ ସହରରେ ସରକାରୀ ଜମିରେ ଥିବା ୨ଟି ବିଦେଶୀ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ । ପାଲ୍ ହୋଟେଲ ଓ ପୋଷ୍ଟ ଅଫିସ ଛକରେ ସରକାରୀ ଜମିରେ ଲିଜରେ ଚାଲିଥିଲା ଏହି ଦୁଇ ମଦ ଦୋକାନ। ସରକାରୀ ଜମିରେ ଖୋଲିଥିବା ମଦ ଦୋକାନ ପାଇଁ ପୌରପାଳିକାର ଅନୁମତି ଅଛି କି ନାହିଁ ? ତାର ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ଅବକାରୀ ଆୟୁକ୍ତ ନିର୍ଦ୍ଦେଶ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ମୋହନ ସରକାର ନୂଆ ଅବକାରୀ ନୀତିରେ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe