ବିଜେପିର ଟାର୍ଗେଟ ୨୦୨୭ । ପଞ୍ଚାୟତ- ପୌର ନିର୍ବାଚନ ଉପରେ ଆଖି । ୧୪୭ ବିଧାନସଭା ଓ ୨୧ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସମୀକ୍ଷା

ବିଜେପିର ଟାର୍ଗେଟ ୨୦୨୭ । ପଞ୍ଚାୟତ- ପୌର ନିର୍ବାଚନ ଉପରେ ଆଖି । ୧୪୭ ବିଧାନସଭା ଓ ୨୧ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସମୀକ୍ଷା

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମଥର ଲାଗି ବିଜେପି ସରକାର କରିବା ପରେ ଏବେ ପଂଚାୟତ ଓ ପୌର ନିର୍ବାଚନକୁ ଟାର୍ଗେଟ କରିଛି ଦଳ । ୨୦୧୭ ନିର୍ବାଚନ ବ୍ୟତୀତ ଦଳ ପୌର ପଂଚାୟତ ନିର୍ବାଚନରେ ଆଖିଦୃଶିଆ ସଫଳତା ପାଇନାହିଁ । ତେବେ ୨୦୨୭ରେ ହେବାକୁ ଥିବା ନିର୍ବାଚନକୁ ମୁଳପୋଛ କରିବା ଲକ୍ଷରେ ରଣନୀତି ଆରମ୍ଭ କରିଛି ରାଜ୍ୟ ବିଜେପି । ୧୪୭ ବିଧାନସଭା ଓ ୨୧ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସମୀକ୍ଷା କରାଯାଉଛି । ନିର୍ବାଚନୀ ସମୀକ୍ଷା ଆଳରେ ୨୦୨୭ ପଂଚାୟତ ଓ ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ବିଜେପି...

ସାଙ୍ଗଠନିକ ନେତାମାନେ ପ୍ରତି ବିଧାନସଭା ଓ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ରାଜ୍ୟ ସରକାରଙ୍କ ଯୋଜନା ତୃଣମୂଳ ସ୍ତରରେ ପହଂଚିବାର ତଦାରଖ କରୁଛନ୍ତି । ଗାଁରେ ପଲ୍ଲିସଭା କରିବାକୁ କହିବା, ଗାଁ ରାସ୍ତା, ଆଙ୍ଗନବାଡି, ସ୍କୁଲ, ପିଏମ ଆୱାସଠୁ ଆରମ୍ଭ କରି ସରକାରଙ୍କ ନୂଆ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି । ୨୦୨୭ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସମାଜର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ ରଖିଛି ଦଳ...

ପୁରୀ ରାଜ୍ୟ କାର୍ୟ୍ୟକାରିଣୀରେ ପାରିତ ହୋଇଥିବା ତିନି 'ସ'ର ଫଣ୍ଡା, ସରକାର ସଂଗଠନ ସାଧାରଣ ଜନତା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟରେ ଅଧିକ ଦିନ ଶାସନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe