ଓଡ଼ିଶାର ବାଇକରାଣୀ ଅମିତା ସିଂ ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡ଼ର : ୧୦ ଦିନରେ ୪ ହଜାର ୫ଶହ କିଲୋମିଟର ଅତିକ୍ରମ କରି ପହଂଚିଲେ ଓଡ଼ିଶା

Advertisment
ଓଡ଼ିଶାର ବାଇକରାଣୀ ଅମିତା ସିଂ ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡ଼ର : ୧୦ ଦିନରେ ୪ ହଜାର ୫ଶହ କିଲୋମିଟର ଅତିକ୍ରମ କରି ପହଂଚିଲେ ଓଡ଼ିଶା

କନକ ବ୍ୟୁରୋ : ପୁଅମାନେ ଯେ କେବଳ ବାଇକ ଚଢିବେ , ଏ ଚିନ୍ତାଧାରାକୁ ପରିବର୍ତନ କରିଦେଖାଇଛନ୍ତି ଓଡିଶାର ବାଇକରାଣୀ ଅମିତା ସିଂ । ସ୍ପିଡ ବାଇକନିଶା ଅମିତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ମଧ୍ୟପ୍ରଦେଶରୁ ଓଡିଶା । ୧୦ ଦିନରେ ବାଇକରେ ଘଂଟା ପ୍ରତି ୧୧୫ରୁ ୧୨୦ କିଲୋମିଟର ବେଗରେ ୪ ହଜାର ୫ ଶହ କିଲୋମିଟର ଅତିକ୍ରମ କରି ଓଡିଶାରେ ପହଚିଂଛନ୍ତି ଅମିତା । ଗତ ୧୬ ତାରିଖରେ ଅମିତା ଓଡିଶାରୁ ମଧ୍ୟପ୍ରଦେଶ ଅଭିମୁଖେ ବାଇକରେ ଯାତ୍ରା ଆରମ୍ଭ କରିଥିଲେ । ସେଠାରେ ଗତ ୧୯ ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ସୁଶ୍ରୀ ଉଷା ଠାକୁର ସେମାନଙ୍କୁ ସ୍ୱାଗତ କରିଥିଲେ ।

publive-image

ଏହି ଯାତ୍ରାରେ ସେ ମଧ୍ୟପ୍ରଦେଶର ୫ଟି ବ୍ୟାଘ୍ର ସଂରକ୍ଷଣ ଏବଂ ୫ରୁ ଅଧିକ ଘାଟି ଅତିକ୍ରମ କରିଥିଲେ । ଅମିତା ଯେତେବେଳେ ଘଂଟା ପ୍ରତି ୧୧୫ରୁ ୧୨୦ କିଲୋମିଟର ବେଗରେ ଯାତ୍ରା କରୁଥିଲେ, ସେତେବେଳେ ମଧ୍ୟପ୍ରଦେଶରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।ଭାରତରେ ଚୟନ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଅନ୍ୟ ୧୪ ଜଣ ରୟାଲ ଏନଫିଲଡ ଚଲାଉଥିବା ବେଳେ ଅମିତା ଏହି ଯାତ୍ରାରେ ନିଂଜାର ସାହାର ନେଇଥିଲେ । ବାଇକରାଣୀ ଭାବେ ସେ ବିଭିନ୍ନ ରାଜ୍ୟ ଭ୍ରମଣ କରୁଥିବା ବେଳେ ମଧ୍ୟପ୍ରଦେଶ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି ଅମିତା ସିଂ ।

publive-image
ପୁଅମାନେ ସ୍ପିଡ ବାଇକ ଧରି ଚଲାଇବା ସାଧାରଣ କଥା । କିନ୍ତୁ ଝିଅଟି ବାଇକ ଚଢିଲେ,ତାକୁ ଅନେକ ପରିହାସ କରିଥାନ୍ତି ବା ସମାଲୋଚନା କରିଥାନ୍ତି । କିନ୍ତୁ ଝିଅଟିଏ ଯେ ବାଇକ ଧରି ଆଖି ପିଛୁଳାକେ ମାଇଲ ମାଇଲ ଅତିକ୍ରମ କରିପାରେ, ତାହାର ଉଦାହରଣ ହେଉଛନ୍ତି ଓଡିଶାର ବାଇକରାଣୀ ଅମିତା ସିଂ । ଅମିତା ବିହାରରେ ଜନ୍ମ ହୋଇଥିଲେ ବି ବିଶାଖପାଟଣାରେ ବଢିଥିଲେ । ତେବେ ଓଡିଶାରେ ବିବାହ କରି ଗତ ୨୦ ବର୍ଷ ହେବ ସେ ଭୁବନେଶ୍ୱର ପୋଖରୀପୁଟରେ ରହୁଛନ୍ତି ।

publive-image

ଅମିତା କହିଛନ୍ତି, ବାଇକ ଯେ କେବଳ ପୁଅ ମାନେ ଚଢିବେ, ସେ ଚିନ୍ତାଧାରା ବଦଳିବା ଦରକାର । ମଧ୍ୟପ୍ରଦେଶରେ ପୁରସ୍କୃତ ହେବା ଅବସରରେ ଅମିତା କହିଥିଲେ, ଯଦି ଏଠାରେ ଗୋଲଡେନ ଟାଇଗର ରିଜର୍ଭ ଅଛି, ତେବେ ଓଡିଶାରେ ମଧ୍ୟ ଧଳା ଓ କଳା ବାଘ ରିଜର୍ଭ ରହିଛି । ସେଠାରେ ଜୟ ଜଗନ୍ନାଥ ନାରା ଦେବାବେଳେ ଲୋକଙ୍କର ଅଭୁତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା । ଅମିତାଙ୍କ କହିବା ଅନୁସାରେ, ଓଡିଶା ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହୋଇଥିବା ବେଳେ ଏହାର ପ୍ରଚାର ପ୍ରସାର ଦିଗରେ ନୂଆ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe