କନକ ବ୍ୟୁରୋ : ଶୁଣିଲାନି ବିଏମସି । ଆଜିଠୁ ବନ୍ଦ ମାର୍କେଟ ବିଲ୍ଡିଂ । ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Advertisment

ଉଠାଦୋକାନୀଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ଲୋକେ । ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି । ଆଉ ସେମାନଙ୍କୁ ଏଠାରେ ବସାଉଥିବା ଲୋକେ କୋଟି କୋଟି ଟଙ୍କା ଲାଭ ପାଉଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସ୍କୁଲ ପିଲାଙ୍କ ଡ୍ରେସ୍ ହେଉ ଅବା ଘରକରଣା ଜିନିଷ ସବୁ ଶସ୍ତାରେ ଏଠାରେ ମିଳେ । ତେଣୁ ପ୍ରତିଦିନ ଏଠାରେ ଜିନିଷ କିଣିବାକୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ ଜମିଥାଏ । ମାର୍କେଟ ବିଲ୍ଡଂ ବନ୍ଦ ଯୋଗୁ ଏବେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ।