ବିଧାନସଭାରେ ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧିତ ବିଧେୟକ ପାରିତ । ଜୀବିକାରେ ବ୍ୟାଘାତ ହେଲେ ଆଇନଜୀବୀ ମାନେ ପାଇବେ ଆର୍ଥିକ ସହାୟତା । 

145

କନକ ବ୍ୟୁରୋ : କୋଭିଡ ମହାମାରୀର ପାର୍ଦୁଭାବ ଓ ସରକାରଙ୍କ ଦ୍ୱାରା ଲକଡାଉନ ଓ ସଟଡାଉନ ଘୋଷଣା ଯୋଗୁଁ କୋର୍ଟ ଗୁଡିକର ସୀମିତ କାର୍ଯ୍ୟ ସଂପାଦନ ହେତୁ ଆଇନଜୀବୀ ମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି  । ମାନ୍ୟବର ଉଚ୍ଚନ୍ୟାୟାଳୟ ରାଜ୍ୟ ବାର କାଉନସିଲ ଆଇନଜୀବୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଆଇନଜିବୀ ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଏକ ପାଣ୍ଠି ଗଠନ କରିବା ଓ କୌଣସି ବିଧିସମ୍ମତ ସୂତ୍ରରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । 

ରାଜ୍ୟ ବାର କାଉନସିଲର ଅନୁରୋଧ କ୍ରମେ: ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧିନିୟମ (୧୯୮୭) ଅନୁଯାୟୀ ଗଠିତ ଓଡିଶାର ଆଇନଜୀବୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା କ୍ଷେତ୍ରରେ ପାଣ୍ଠିକୁ ବିନିଯୋଗ କରିବାକୁ ଅର୍ଥ ବିଭାଗ ସହମତ ହୋଇଛନ୍ତି । ଓଡିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୭ ଅନୁଯାୟୀ  ପରିଚାଳିତ ପାଣ୍ଡି କେବଳ ଆଇନଜୀବି ମାନଙ୍କର ମୃତ୍ୟୁ ଓ ଅବସରକାଳୀନ ସୁବିଧା ପାଇଁ ଉଦ୍ଧିଷ୍ଟ ହୋଇଥିବା ହେତୁ  ଉକ୍ତ ନିୟମରେ ସଂଶୋଧନ କରାଯିବା ଆବଶ୍ୟକ ହେଲା । ଉକ୍ତ ସଂଶୋଧନ ଫଳରେ ପ୍ରାକୃତିକ ଦୁର୍ବିପାକ, ମହାମାରୀ ଓ ଆଇନଜୀବି ପେଶାକୁ ପ୍ରଭାବିତ କରୁଥିବା ପେଶାରେ ବ୍ୟାଘାତ ସୃଷ୍ଟି ହେଲେ ଓଡିଶା ଆଇନଜୀବି କଲ୍ୟାଣ ପାଣ୍ଠିର ନ୍ୟାସ କମିଟି ଅଭାବୀ ଆଇନଜୀବି ମାନଙ୍କୂୁ ଆର୍ଥିକ ସହ୍ରାୟତା ଯୋଗାଇଦେବା ପାଇଁ ସମର୍ଥ ହୋଇ ପାରିବ ।