ଏଥର କରୋନା ପାଇଁ ଫିକା ପଡିଲା ଜଟଣୀ ରଙ୍ଗ ବଜାର : ହୋଲି ପାଳନରେ କଟକଣା ଯୋଗୁଁ ବିକ୍ରି ହେଉନି ରଙ୍ଗ, ଅବିର ଓ ପିଚକାରୀ

129

କନକ ବ୍ୟୁରୋ : ଏଥର କରୋନା ପାଇଁ ଜଟଣୀରେ ଫିକା ପଡିଛି ରଙ୍ଗ ବଜାର । ଦେଶରେ କରୋନାର ଦ୍ୱିତୀୟ ଲହରି ଦେଖା ଦେବା ପରଠାରୁ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଜିଲ୍ଲା ଜଟଣୀର ରଙ୍ଗ ବଜାର । ହୋଲି ଆସିଲେ ସାଧାରଣତଃ ମନକୁ ଚାଲିଆସେ ଜଟଣୀ ରଙ୍ଗ ବଜାରର ନାଁ । କାରଣ ଏହି ଠାରେ ଅତି ସୁଭଲ ଦାମରେ ଭଳି କି ଭଳି ରଙ୍ଗ ମିଳିଥାଏ । ଉଭୟ ବ୍ୟବସାୟୀ ଓ ଗ୍ରାହକ ଏହି ଜଟଣୀ ବଜାରରୁ ରଙ୍ଗ କିଣି ଥାନ୍ତି । ଗାଁ ଗହଳିର ବ୍ୟବସାୟୀ ଏହି ଠାରୁ ରଙ୍ଗ କିଣି ନେଇ ଭଲ ଦି ପଇସା ରୋଜଗାର କରିଥାନ୍ତି ।

ତେବେ ଚଳିତ ବର୍ଷ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଆଗୁଆ ସତର୍କତା ଜାରି କରିଛନ୍ତି । ଏଥର ହୋଲି ପାଳନ ଉପରେ ଲାଗିଛି କଟକଣା । ଏହାକୁ ନେଇ ଜଟଣୀରେ ରଙ୍ଗ ଦୋକାନ ଖୋଲା ଥିଲେ ମଧ୍ୟ ଭଲ ବେପାର ନାହିଁ । ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ । ବର୍ଷକୁ ଥରେ ଏହି ହୋଲି ସମୟର ବ୍ୟବସାୟରେ ଦି ପଇସା ରୋଜଗାର ଆଶା ରଖିଥିବା ବ୍ୟବସାୟୀ , କରୋନା କାରଣରୁ ନିରାଶ ହୋଇଛନ୍ତି ।