ଅକ୍ଟୋବର ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ ! ସାରି ଦିଅନ୍ତୁ ଜରୁରୀ କାମ

Advertisment
ଅକ୍ଟୋବର ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ ! ସାରି ଦିଅନ୍ତୁ ଜରୁରୀ କାମ

source : Clipper28

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ମାସରେ ରାଜ୍ୟରେ ବ୍ୟାଙ୍କ ଗୁଡ଼ିକ ୯ ଦିନ ବନ୍ଦ ରହିବ। ୨ ତାରିଖ ଗାନ୍ଧୀ ଜୟନ୍ତୀ ଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ। ଏହାପରେ ୬ ତାରିଖ ରବିବାର, ୭ ଏବଂ ୮ ତାରିଖ ଦୁର୍ଗାପୂଜା ପାଇଁ ବ୍ୟାଙ୍କ ଛୁଟି ରହିବ। ୧୨ ତାରିଖ ଦ୍ବିତୀୟ ଶନିବାର ଏବଂ ୧୩ ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ଲଗାତାର ଦୁଇ ଦିନ ଛୁଟି ରହିବ।

ତା ପର ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟାଙ୍କ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କିନ୍ତୁ ୨୦ ତାରିଖ ରବିବାର ପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ଛୁଟି ରହିବାକୁ ଥିବାବେଳେ ୨୬ ତାରିଖ ମାସର ଚତୁର୍ଥ ଶନିବାର ପାଇଁ ବନ୍ଦ ରହିବ। ଏହାପରଦିନ ୨୭ ତାରିଖ ରବିବାର ପାଇଁ ପୁଣି ବ୍ୟାଙ୍କ ବନ୍ଦ ରହିବ। ଦେଶର କେତେକ ରାଜ୍ୟରେ ବ୍ୟାଙ୍କ ୧୧ ଦିନ ଛୁଟି ରହୁଥିବା ଜଣାଯାଇଛି।

ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ବ୍ୟାଙ୍କ ସେବା ପାଇଁ ଏଟିଏମ୍ ଉପରେ ନିର୍ଭର କରୁଛନ୍ତି। ଅକ୍ଟୋବରରେ ଅଧିକ ଦିନ ଛୁଟି ପଡ଼ୁଥିବା କାରଣରୁ ବ୍ୟାଙ୍କ ଗୁଡ଼ିକ ଏଟିଏମରେ ସର୍ବାଧିକ ପରିମାଣର ନଗଦ ଅର୍ଥ ମହଜୁଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କର ଏଟିଏମରେ ଟଙ୍କା ରଖିବା କ୍ଷମତାକୁ ମଧ୍ୟ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe