କନକ ବ୍ୟୁରୋ : ନବ ନିର୍ମାଣ ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀ ଆନ୍ଦୋଳନକୁ ପୋଲିସର ଦମନ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ୧୨ଘଂଟିଆ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର, ବାଲେଶ୍ୱର, ଢ଼େଙ୍କାନାଳ, କେନ୍ଦୁଝରରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ତେବେ ସମ୍ବଲପୁର, ବରଗଡ, ଦେବଗଡ, ମାଲକାନଗିରି ଓ ମୟୂରଭଞ୍ଜରେ ବନ୍ଦ ପ୍ରଭାବ ଶୂନ୍ୟ ରହିଛି । ଯାତାୟାତ ସ୍ୱାଭାବିକ ଥିବାବେଳେ ଦୋକାନ ବଜାର ଖୋଲା ରହିଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ କୃଷକମାନେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବାବେଳେ ସରକାର-ପୋଲିସର ଦମନଲୀଳା ପ୍ରତିବାଦରେ ସଂଗଠନ ଏହି ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା । କହିଛନ୍ତି ଆନ୍ଦୋଳନ ବନ୍ଦ୍ କରିବାକୁ ସରକାର ଅନୁରୋଧ କରିିଥିଲେ । ଏହା ସାମୁହିକ ଅନୁରୋଧ ଥିଲା ବ୍ୟକ୍ତିଗତ ନଥିଲା । ତେବେ ସଂଗଠନର ବନ୍ଦ ପାଳନ କେତେ ଯୁକ୍ତିଯୁକ୍ତ ତାହା ଲୋକେ କହିବେ । ଚାଷୀ ମାନଙ୍କ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଆନ୍ଦୋଳନର ମାନେ କିଛି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/Sequence-1-01065913.jpg)
/kanak/media/post_attachments/wp-content/uploads/2019/02/vlcsnap-2019-02-21-13h24m31s405-300x240.png)