କେନ୍ଦ୍ର ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ । ଜବାବ ରଖିଲେ ଅଶ୍ୱିନୀ

13,226

କନକ ବ୍ୟୁରୋ : ବାରେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏପରିକି ଋଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । କିନ୍ତୁ ଏହି ଶୋକାକୂଳ ପରିସ୍ଥିତି ମଧ୍ୟରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିବା ସହ ଏହି ଦୁର୍ଘଟଣା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ଏପରିକି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

ତେବେ ବିରୋଧୀଙ୍କ ଇସ୍ତଫା ଦାବି ନେଇ ଜବାବ ରଖିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ । ଲୋକେ କିପରି ଉଦ୍ଧାର ହେବେ, କିଭଳି ସୁରକ୍ଷିତ ଭାବେ ଘରେ ପହଞ୍ଚିବେ ସେ ଦିଗରେ କାମ ଜୋରଦାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର କାର୍ଯ୍ୟ ଜୋରଦାର ଚିଲିଛି । କେମିତି ଦୁର୍ଘଟଣା ଘଟିଲା ସେନେଇ ଯାଞ୍ଚ ମଧ୍ୟ ଚାଲିଛି । ୧୫ରୁ ୨୦ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରାଯିବ । ଏହି ଦୁର୍ଘଟଣା ପାଇଁ ଯିଏ ବି ଦାୟୀ ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।

ସେହିଭଳି ଟ୍ରେନର ସୁରକ୍ଷା ‘କବଚ’କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଯାଞ୍ଚ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରନ୍ତୁ, ସବୁକିଛି ସ୍ପଷ୍ଟ ହୋଇଯିବ । ତେଣୁ ବର୍ତ୍ତମାନ ଏହାକୁ ନେଇ କୌଣସି ରାଜନୀତି କରାନଯାଉ