ରାଜ୍ୟରେ ବନ୍ଦ ରହିଲା ପଛୁଆ ବର୍ଗ ସର୍ଭେ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ବନ୍ଦ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

49

କନକ ବ୍ୟୁରୋ : ରାଜ୍ୟରେ ସ୍ଥଗିତ ରହିଲା ପଛୁଆ ବର୍ଗ ସର୍ଭେ କାମ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ କମିଶନଙ୍କ ନିଷ୍ପତି । ମେ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସର୍ଭେକ୍ଷଣ କାମ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ସ୍ଥଗିତ ରହିବ । ସର୍ଭେକ୍ଷଣ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଜାରି କରିଥିଲେ ଏସଆରସି । ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଆଜି ୬ହଜାର ୯୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯୪୪ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।