ବିଜେପିରେ ଯୋଗ ଦେଲେ ବାବୁ ସିଂହ: ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପଦ୍ମରେ ସାମିଲ ହେଲେ ବିଜେଡି ଯୁବନେତା

Advertisment
ବିଜେପିରେ ଯୋଗ ଦେଲେ ବାବୁ ସିଂହ: ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପଦ୍ମରେ ସାମିଲ ହେଲେ ବିଜେଡି ଯୁବନେତା

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଇଥିବା ଯୁବ ନେତା ବାବୁ ସିଂହ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏକ ମୋଟର୍ ସାଇକେଲ୍ ଶୋଭାଯାତ୍ରାରେ ଶ୍ରୀ ସିଂହ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କ ସହ ବିଜେଡିରୁ ଇସ୍ତଫା ଦେଇଥିବା ଯୁବ-ଛାତ୍ର ନେତାମାନେ ବି ବିଜେପିରେ ମିଶିଥିଲେ। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଅଧ୍ୟାପକ ଉମାକାନ୍ତ ନାୟକ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ପାଟକୁରା ଅଞ୍ଚଳର କିଛି କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଥିଲେ।

bjp juba morcha

ବିଏମ୍ସିର ପୂର୍ବତନ କର୍ପୋରେଟର୍ ପଦ୍ମନାଭ ଦାଶ, ସାମାଜିକ କର୍ମୀ କୈଳାସ ଚନ୍ଦ୍ର ବଳ, ଦୁର୍ଗାଶିଷ ମହାନ୍ତି, ପ୍ରକାଶ ରଥ, ଗୋପାଳକୃଷ୍ଣ ଦାସ ଓ ଅଦ୍ବୈତ ମହାନ୍ତି, ବେଗୁନିଆ ନିର୍ବାଚନମଣ୍ଡଳୀର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ୍ ରଘୁନାଥ ଷଡ଼ଙ୍ଗୀଙ୍କ ସମେତ ବହୁ ରାଜନେତା, ସାମାଜିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଦଳରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସ୍ବାଗତ କରିବା ସହ ଏହି ମିଶ୍ରଣ ଦ୍ବାରା ଦଳ ମଜବୁତ୍ ହେବ ବୋଲି ଆଶାପ୍ରକଟ କରିଥିଲେ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୋଦୀ ସରକାରଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବାର ସଂକଳ୍ପ ନେଇ ବିଜେପିକୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe