ବିଧାନସଭାରେ ଉଠିଲା ବେକାରୀ ପ୍ରସଙ୍ଗ: ରାଜ୍ୟରେ ବଢୁଛି ବେକାରୀ; ଅକ୍ଟୋବର ୩୧ ସୁଦ୍ଧା ରାଜ୍ୟରେ ପଂଜିକୃତ ହୋଇଛି ୮ ଲକ୍ଷ ୯୬ ହଜାର ୮୩୮ ବେକାର

ବିଜେପି ବିଧାୟକଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତର ରଖିଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

192

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ବେକାରୀ ପ୍ରସଙ୍ଗ । ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା । ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ପଂଜିକୃତ ବେକାର ଥିବା ଜଣାପଡ଼ିଛି । ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଲିଖିତ ଉତର ରଖିଛନ୍ତି । ସେହିପରି ୬ବର୍ଷ ଭିତାରେ ୧୩ ଲକ୍ଷ ୬୬ହଜାର ୧୬୬ ଜଣ ଯୁବକ ଓ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ଅନ୍ୟପଟେ ବିଧାନସଭାରେ ସ୍କୁଲ ବନ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ୁପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଏ ଉଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । ୨୦୧୭ୁ ନୀତିଆୟୋଗ ମିଶ୍ରଣ ପାଇଁ କହିଛି । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି । ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି । ଉଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ ବୋଲି ପ୍ରତାପ ଦେବ କହିଛନ୍ତି । ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ କହିଛନ୍ତି, ବିଭିନ୍ନ ସ୍ଥାନରେ ୮ଟି ପିଲାରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି ।

ଯାହା ଯଥାର୍ଥ ନୁହେଁ । ଯଦି କାହାର ଅଭିଯୋଗ ରହିଛି । ସେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ । ସେଇଠି ସମାଧାନ ହୋଇପାରିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ସ୍କୁଲ ବନ୍ଦକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସ୍କୁଲ ବନ୍ଦ ନିଷ୍ପତି ଅଗଣତାନ୍ତ୍ରିକ । ନିଷ୍ପତି ପ୍ରତ୍ୟାହାର ନହେଲେ ରାଜ୍ୟର ନିଆଁ ଲାଗିବ ।ସାଢେ ୧୧ ହଜାର ସ୍କୁଲ ବନ୍ଦ ହେଲେ ଭବିଷ୍ୟତରେ ଏହା ଆତ୍ମଘାତୀ ହେବ ବୋଲି ସେ କହିଛନ୍ତି ।