ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭା ବିଧି ଅନୁସାରେ ୬୦ଦିନ ଗୃହ କାର୍ଯ୍ୟ ଚାଲିବ । ୩ୟ ଓ ୪ର୍ଥ ଅଧିବେଶନରେ ସର୍ବମୋଟ ୨୦ଦିନ ଗୃହ ଚାଲିବ

Advertisment
ବଜେଟ୍ ଅଧିବେଶନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ରାଜ୍ୟର ସୀମାକୁ ନେଇ ସଚେତନ ନୁହଁନ୍ତି ସରକାର ।

କନକ ବ୍ୟୁରୋ: ବର୍ଷ ଶେଷ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଡିସେମ୍ୱର ୩୧ ତାରିଖ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ବିଧି ଅନୁସାରେ ବାର୍ଷିକ ୬୦ ଦିନ ଅଧିବେଶନ ବସିବା କଥା । ତେବେ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ୍ ୨୦ ଦିନ ଗୃହ ଚାଲିଛି ।

ଅର୍ଥାତ୍ ଡିସେମ୍ୱର ଆଗରୁ ଆଉ ୪୦ ଦିନ ବିଧାନସଭା ଗୃହ ଚାଲିବା ବାକି ରହିଛି । ତେବେ ବିଧାନସଭା ଶୀତ ଅଧିବେଶନ କେବେ ବସିବ ଓ କଣ ରହିବ ରୂପରେଖ ସେ ନେଇ ରାଜ୍ୟପାଳଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତି ପରେ ୪୦ ଦିନର ବିଧାନସଭା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe