କନକ ବ୍ୟୁରୋ: ବର୍ଷ ଶେଷ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଡିସେମ୍ୱର ୩୧ ତାରିଖ ଆଗରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା ବିଧି ଅନୁସାରେ ବାର୍ଷିକ ୬୦ ଦିନ ଅଧିବେଶନ ବସିବା କଥା । ତେବେ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ୍ ୨୦ ଦିନ ଗୃହ ଚାଲିଛି ।

Advertisment

ଅର୍ଥାତ୍ ଡିସେମ୍ୱର ଆଗରୁ ଆଉ ୪୦ ଦିନ ବିଧାନସଭା ଗୃହ ଚାଲିବା ବାକି ରହିଛି । ତେବେ ବିଧାନସଭା ଶୀତ ଅଧିବେଶନ କେବେ ବସିବ ଓ କଣ ରହିବ ରୂପରେଖ ସେ ନେଇ ରାଜ୍ୟପାଳଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତି ପରେ ୪୦ ଦିନର ବିଧାନସଭା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବାଚସ୍ପତି ।