ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ । ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

105

କନକ ବ୍ୟୁରୋ : ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ । ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ସେପଟେ, ବିଧାନସଭା ଗେଟ ସମ୍ମୁଖରେ କଂଗ୍ରେସ ବିଧାୟକଙ୍କ ଧାରଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରି ପ୍ରତିବାଦ କରିଛି କଂଗ୍ରେସ । ବ୍ୟାନର ଧରି କଂଗ୍ରେସ ବିଧାୟକ ବିଧାନସଭା ଭିତରେ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଅପବିତ୍ର ହୋଇଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଦଳ ।

ଗୃହରେ ଆଜି ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ଆଗତ ହେବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅତିରିକ୍ତ ବଜେଟର ପରିମାଣ ବଢାଯାଇଛି । ବିଶେଷ କରି ପାନୀୟ ଜଳ ଯୋଗାଣ, ପଂଚାୟତିରାଜ, ରାସ୍ତା ବାବଦକୁ ଅଧିକ ବ୍ୟୟ ବରାଦ କରାଯାଇଥିବା ସୂଚନା ମିଳିଛି । ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ସରକାର କାମଚଳା ବଜେଟର ପରିମାଣ ବଢାଇଥିବା ଅନୁମାନ କରାଯାଉଛି ।