ବହୁ ଦିନ ପୂର୍ବରୁ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ୨୩ଟି କାର୍ଯ୍ୟଦିବସରୁ ମାତ୍ର ୫ଟିରେ ରହିଲା ସୀମିତ

Advertisment
୧୩ରୁ ବିଧାନସଭାର ଶୀତ ଅଧିବେଶନ ! ପ୍ରଥମଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ, ମୋଟ ୩୦ କାର୍ଯ୍ୟଦିବସ

କନକ ବ୍ୟୁରୋ: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ନିର୍ଦ୍ଧାରିତ ସମୟର ବହୁ ଦିନ ପୂର୍ବରୁ ସରିଗଲା ବିଧାନସଭାର ଶୀତ ଅଧିବେଶନ। କିଛି କାର୍ଯ୍ୟ ନାହିଁ କହି ମାତ୍ର ୫ଟି କାର୍ଯ୍ୟଦିବସରେ ସୀମିତ ରଖାଗଲା ଅଧିବେଶନକୁ। ଆଗୁଆ ଅଧିବେଶନ ସାରିବାକୁ ବିଜେଡି ଓ କଂଗ୍ରେସ ସଭ୍ୟ ସମର୍ଥନ କରିଥିଲା ବେଳେ ବିଜେପି ସଭ୍ୟ ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ।

publive-image

ଏଥର ଅତିରିକ୍ତ ବଜେଟ୍ ସେପ୍ଟେମ୍ବରରେ ଗୃହୀତ ହୋଇଥିବାରୁ ଚଳିତ ଅଧିବେଶନ ଯଥେଷ୍ଟ ଆଗରୁ ‌େଶଷ ହେବ ବୋଲି ପୂର୍ବାନୁମାନ କରାଯାଉଥିଲା। ତାହା ହିଁ ହେଲା। ଗତକାଲି ଅପରାହ୍ନରେ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା ବୈଠକ ଡାକିଥିଲେ। ଏକ ଘଣ୍ଟା ଧରି ଆଲୋଚନା ହେଲା। ତାହା ପରେ ଗୃହରେ ଶାସକ ଦଳ ସଭ୍ୟ ମହେଶ ସାହୁ କହିଲେ, ଗୃହରେ ଆଲୋଚନା ପାଇଁ ଆଉ କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟ ନାହିଁ। ତେଣୁ ଗୃହ କାର୍ଯ୍ୟକୁ କାଣ୍ଟଛାଣ୍ଟ କରାଯାଉ। ଅଶ୍ବିନୀ ପାତ୍ର କହିଥିଲେ, ଗୃହରେ ସେପରି କିଛି କାର୍ଯ୍ୟ ନ ଥିବାରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲୁ ରଖିବାର ଆବଶ୍ୟକତା ନାହିଁ।

publive-image

ସରକାରୀ ଦଳ ମୁଖ୍ୟ ସ‌େଚତକ ଏ ନେଇ ପ୍ରସ୍ତାବ ଦେବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ। ଏହା ପରେ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଗୃହ କାର୍ଯ୍ୟ ଗତକାଲି ଶେଷ ‌କରିବାକୁ ପ୍ରସ୍ତାବ ଦେଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ଏହି ଅଧିବେଶନରେ କୌଣସି ସରକାରୀ କାର୍ଯ୍ୟ ନାହିଁ। ଯେଉଁ ପାଞ୍ଚ ଦିନ ଚାଲିଛି, ତାହା ସମ୍ପୂର୍ଣ୍ଣ ଭାବେ ବିନିଯୋଗ ହୋଇ ନାହିଁ। ତେବେ କିଛି ଫଳପ୍ରଦ ଆଲୋଚନା ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ଗାନ ପରେ ବାଚସ୍ପତି ପ୍ରଦୀପ ଅମାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ରଖିଥିଲେ।

publive-image

ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ଥିଲା। କିନ୍ତୁ ମାତ୍ର ୫ଟି କାର୍ଯ୍ୟଦିବସ ହେଲା। ଏହି ୫ ଦିନ ମଧ୍ୟରୁ ଗୋଟିଏ ଦିନ ବେସରକାରୀଙ୍କ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ୨୧ ତାରିଖ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଓ ୨୩ ତାରିଖ ରାସ ପୂର୍ଣ୍ଣିମା ପାଇଁ ଛୁଟି ରହିଥିଲା। ୨୨ ତାରିଖରେ ସର୍ବସମ୍ମତିକ୍ରମେ ଗୃହ କାର୍ଯ୍ୟ ମୁଲତବୀ ରଖାଯାଇଥିଲା। ଏହି ସମୟ ମଧ୍ୟରେ ୫ଟି ମୁଲତବୀ ପ୍ରସ୍ତାବ ଉପରେ ନୋଟିସ୍ ଆସିଥିଲା ବେଳେ ୨ଟି ଉପରେ ଆଲୋଚନା ହୋଇଥିଲା। ୫ ଦିନ ମଧ୍ୟରୁ ୩ ଦିନ ଆଦୌ ପ୍ରଶ୍ନକାଳ ହୋଇପାରି ନ ଥିଲା। ଗୋଟିଏ ଦିନ ଅଧାରୁ ବନ୍ଦ ହୋଇଯାଇଥିଲା ବେଳେ ଗତକାଲି ପୂରା ସମୟ ପ୍ରଶ୍ନକାଳ ଚାଲିଥିଲା। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପାରିତ ହୋଇଥିବା ସଂକଳ୍ପ ଏହି ଅଧିବେଶନର ଏକ ଗୁରୁ୍ତ୍ବପୂର୍ଣ୍ଣ ଅଧ୍ୟାୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe