ଆଗୁଆ ସରିଲା ଶୀତ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ବି ସରିଗଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବି

Advertisment
କାହିଁକି ଅଧାରୁ ସାରିଲ ଅଧିବେଶନ ? ବାଚସ୍ପତିଙ୍କୁ ପ୍ରଶ୍ନ କରିବା ସହ ସରକାରଙ୍କୁ ସମାଲୋଚନା କଲା ବିଜେପି । ବିଷ୍ଣୁ କହିଲେ ଡରିଗଲେ ସରକାର

କନକ ବ୍ୟୁରୋ: ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ । ଅବଧି ଶେଷ ପୂର୍ବରୁ ସରିଲା ୧୬ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥିଲେ ହେଁ ମାତ୍ର ୧୩ଟି ବୈଠକ ପରେ ସରିଗଲା ଅଧିବେଶନ ।

publive-image

ତେବେ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିଥାନ୍ତା ମାତ୍ର ତା ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ୧୩ ଦିନିଆ ଅଧିବେଶନରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିବ ପାରିତ ହେବା ସହ ମୋଟ ୪ଟି ବିଲ୍ ପାସ୍ ହୋଇଛି ।

ସେପଟେ ଅଧିବେଶନ ସାରିବାକୁ ସରକାରୀ ଦଳ ସଭ୍ୟଙ୍କ ଅନୁରୋଧ କ୍ରମେ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅଧିବେଶନ ଶେଷ ପାଇଁ ମୋସନ ଆଣିଥିଲେ । ତେବେ ମୋସନକୁ ବିରୋଧ କରି ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe