ଆଗୁଆ ସରିଲା ଶୀତ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ବି ସରିଗଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବି

393

କନକ ବ୍ୟୁରୋ: ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ । ଅବଧି ଶେଷ ପୂର୍ବରୁ ସରିଲା ୧୬ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥିଲେ ହେଁ ମାତ୍ର ୧୩ଟି ବୈଠକ ପରେ ସରିଗଲା ଅଧିବେଶନ ।

ତେବେ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିଥାନ୍ତା ମାତ୍ର ତା ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ତେବେ ୧୩ ଦିନିଆ ଅଧିବେଶନରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିବ ପାରିତ ହେବା ସହ ମୋଟ ୪ଟି ବିଲ୍ ପାସ୍ ହୋଇଛି ।

ସେପଟେ ଅଧିବେଶନ ସାରିବାକୁ ସରକାରୀ ଦଳ ସଭ୍ୟଙ୍କ ଅନୁରୋଧ କ୍ରମେ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅଧିବେଶନ ଶେଷ ପାଇଁ ମୋସନ ଆଣିଥିଲେ । ତେବେ ମୋସନକୁ ବିରୋଧ କରି ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ ।