ନିୟମ କଡାକଡି ପରେ ବି କମିନି ଅଘଟଣ ! କେବଳ ଡିସେମ୍ବର ମାସରେ ୧୦୪୭ଟି ଦୁର୍ଘଟଣା ଘଟିବା ସହ ଯାଇଛି ୪୩୦ଟି ଜୀବନ । ବିଧାନସଭାରେ ତାରାଙ୍କ ପ୍ରଶ୍ନର ଉତ୍ତର ରଖିଲେ ପଦ୍ମନାଭ

ନିୟମ କଡାକଡି ପରେ ବି କମିନି ଅଘଟଣ ! କେବଳ ଡିସେମ୍ବର ମାସରେ ୧୦୪୭ଟି ଦୁର୍ଘଟଣା ଘଟିବା ସହ ଯାଇଛି ୪୩୦ଟି ଜୀବନ । ବିଧାନସଭାରେ ତାରାଙ୍କ ପ୍ରଶ୍ନର ଉତ୍ତର ରଖିଲେ ପଦ୍ମନାଭ

କନକ ବ୍ୟୁରୋ: ଅଶୁଭ ଡିସେମ୍ବର । ୨୦୧୯ ଡିସେମ୍ବରରେ ରାଜ୍ୟରେ ୧୦୪୭ଟି ଦୁର୍ଘଟଣା ହୋଇଥିବା ବେଳେ  ସେଥିମଧ୍ୟରୁ ୪୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତର ରଖି ଆଜି ବିଧାନସଭାରେ ଏଭଳି ତଥ୍ୟ ସାଂଘାତିକ ତଥ୍ୟ  ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

publive-image

ଆଜି ବିଧାନସଭା ଚାଲିଥିବା ସମୟରେ ବର୍ଧିତ ଟ୍ରାଫିକ୍ ଜରିମାନାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ  ପ୍ରଶ୍ନବାଣରେ ପୋତି ଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ତେବେ ତାରାଙ୍କର ପ୍ରଶ୍ନ ରହିଥିଲା କି, ବର୍ଧିତ ପରିବହନ ଟିକସ ଏବଂ ଅର୍ଥଦଣ୍ଡ ଆଦାୟକୁ ନେଇ ରାଜ୍ୟରେ ଏବେ ବଡ ଧରଣର ହଇଚଇ ସୃଷ୍ଟି ହୋଇଥିବା ବେଳେ ବାସ୍ତବରେ  ତାହା କେତେ ଦୂର ଫଳପ୍ରଦ ହୋଇଛି । ଏଥିସହ  ନୂଆ ମୋଟର ଯାନ ଆଇନକୁ କଡାକଡି କରିବା ଦ୍ୱାରା ରାଜ୍ୟରେ ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଇଁ କି ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଥ ବେହେରାଙ୍କୁ ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ ତାରା ବାହିନୀପତି ।

ତେବେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପଦ୍ମନାଭ ବେହେରା କରିଛନ୍ତି  ଯେ,  ନୂଆ ମୋଟର ଯାନ ଆଇନରେ କୌଣସି ପରିବହନ ଟିକସ ବୃଦ୍ଧି କରାଯାଇନାହିଁ ବରଂ ସୁରକ୍ଷାକୁ କଡାକଡି କରିବା ପାଇଁ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଭଳି ବର୍ଦ୍ଧିତ ଅର୍ଥଦଣ୍ଡର ବ୍ୟବସ୍ଥା କରାଯାଇଛି । ତେବେ ନୂଆ ମୋଟର ଯାନ  ଟିକସ ବୃଦ୍ଧି କରିବା ଏହି ଅର୍ଥଦଣ୍ଡରର ଉଦ୍ଦେଶ୍ୟ ନୁହେଁ ବରଂ  ସୁରକ୍ଷାକୁ ଗୁରୁତ୍ୱ ଏହାର ଉଦ୍ଦେଶ୍ୟ । ଏଥିଯୋଗୁଁ ରାସ୍ତା ବ୍ୟବହାରକାରୀ ସଚେତନ ହୋଇଛନ୍ତି ଏବଂ ଦୁର୍ଘଟଣା ଓ ଏଥିଜନିତମୃତ୍ୟୁହାର ମଧ୍ୟ କିଛି ମାତ୍ରାରେ ହ୍ରାସ ପାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।

publive-image

ଅନ୍ୟପଟେ ହେଲମେଟ୍ ଧରପଗଡ ପରେ ରାଜ୍ୟରେ ଦୁର୍ଘଟଣା ତଥା ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଛି ବୋଲି ଯୁକ୍ତି ବାଢିଛନ୍ତି ପଦ୍ମନାଭ ବେହେରା । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ନୂଆ  ମୋଟର ଯାନ ଆଇନ ଲାଗୁହେବା ଦ୍ୱାରା  ତଥା କେବଳ ଡିସେମ୍ବର ମାସରେ ହିଁ ରାଜ୍ୟରେ ମୋଟ୍ ୧୦୪୭ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୪୩୦ ଜଣଙ୍କର ପ୍ରାଣହାନୀ ଘଟିଥିବା ନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe