ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ପୁରିଲା ଶହେ ବର୍ଷ : ଓଡ଼ିଶା ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା

ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ସହ ସଂକଳ୍ପ ଅଣାଯାଇ ହେବ ଗୃହିତ

122

କନକ ବ୍ୟୁରୋ : ଆଜି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂରଣ ହୋଇଛି । ପ୍ରଥମ ଥର ପାଇଁ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହି ଉପଲକ୍ଷେ ଆଜି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟିଏ ପର୍ଯ୍ୟନ୍ତ ଏହି ଆଲୋଚନା ହେବ । ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ଏବଂ ଏ ନେଇ ଏକ ସଂକଳ୍ପ ଅଣାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ସ୍ୱତନ୍ତ୍ର ଆଲୋଚନା ପାଇଁ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୂଲତବୀ ଆଲୋଚନା ବାତିଲ କରାଯାଇଛି ।

ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମସିହା ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଓଡ଼ିଶା ଆସି କଟକ କାଠଯୋଡି ନଦୀପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ଗାନ୍ଧିଜୀ । ଶହେ ବର୍ଷ ପୂର୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର ।