ଏଥର ବି ମୌସୁମୀ ଅଧିବେଶନରେ ରହିବ ଶୁନ୍ୟକାଳ ଓ ପ୍ରଶ୍ନ କାଳ : କୋଭିଡ଼ କଟକଣାରେ ଚାଲିବ ଗୃହକାର୍ଯ୍ୟ

ଶୃଂଖଳିତ ଗୃହ ପରିଚାଳନା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା

92

କନକ ବ୍ୟୁରୋ : ଏଥର ବି ମୌସୁମୀ ଅଧିବେଶନରେ ରହିବ ଶୁନ୍ୟକାଳ ଓ ପ୍ରଶ୍ନ କାଳ । କୋଭିଡ଼ କଟକଣାରେ ଚାଲିବ ଗୃହକାର୍ଯ୍ୟ । ଶୃଂଖଳିତ ଗୃହ ପରିଚାଳନା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଆଗକୁ ମୌସୁମୀ ଅଧିବେଶନ ଥିବା ବେଳେ କେମିତି ଚାଲିବ ଅଧିବେଶନ ସେନେଇ ଆଲୋଚନା ହୋଇଛି । ସେପ୍ଟମ୍ବର ୧ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି ।

ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଆଣ୍ଟିବଡି ଟେଷ୍ଟ କରାଯିବ । ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ଶନିବାର ମଧ୍ୟ ବିଧାନସଭା ଚାଲିବ । ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ଟାରୁ ୬ ଟା । ଦିନକୁ ୫ ଘଣ୍ଟା ହେବ ଗୃହକାର୍ଯ୍ୟ । ମୁଲତବୀ ପ୍ରସ୍ତାବ ଆଲୋଚନା ରହିବ । ବିଜେପି ୪ ଟି ଓ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । । ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ । ବିଧାୟକ ମାନେ ଓକାକ ବିଲ୍ଡିଂ, ଲୋକ ସେବା ଭବନ ଓ ଅନ୍ୟସ୍ଥାନରେ ବସିବେ । ହାଉସ ରେ କୌଣସି କାଗଜ ଦିଆଯିବନି । ବିରୋଧୀଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନଫରେନ୍ସିଂରେ ଯୋଗ ଦେବେ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ ୫୫ ମିନିଟ, ସରକାରୀ ଦଳ ୩୫ ମିନିଟ କହିବେ ।