ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁଣି ବିଧାନସଭାରେ ଅଚଳ : ବିଜେଡି ଫଟୋ ବନାମ ବିଜେପି ଫଟୋ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ପୁଣି ବିଧାନସଭାରେ ଅଚଳ : ବିଜେଡି ଫଟୋ ବନାମ ବିଜେପି ଫଟୋ

କନକ ବ୍ୟୁରୋ : ମମିତା ମେହେର ପ୍ରସଙ୍ଗରେ ଆଜି ବି ଗୃହ ଅଚଳ । ଉଭୟ ଶାସକ ଓ ବିରୋଧୀ ଦଳ ମମିତା ମେହେର ପ୍ରସଙ୍ଗକୁ ନେଇ ଗୃହରେ ପ୍ରତିବାଦ କରିଛନ୍ତି । ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସିଛି ଘଂଟା ବାଡେଇବା ସହ ନାରାବାଜି କରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁର ଫଟୋ ଦେଖାଇଥିଲେ ବିଜେପି ବିଧାୟକ । ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛାଡା ହୋଇ ପ୍ରତିବାଦ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଓ ମୋହଲ ଲାଲ ଶର୍ମାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ ।

ହଟ୍ଟଗୋଳ ଯୋଗୁ ପ୍ରଥମେ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଥିଲେ । ଏହାପରେ ସାଢେ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ହତ୍ୟାକାରୀ ଗୋବିନ୍ଦ ସାହୁର ଫଟୋ ଦେଖାଇ ଘଂଟ ବାଡେଇ ପ୍ରତିବାଦ କରିଥିଲା ବିଜେପି । କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଉପରକୁ ବ୍ୟାନର ଓ ପ୍ଲାକାର୍ଡ ଫିଙ୍ଗିଥିଲେ । ବାଚସ୍ପତିଙ୍କ ଉପରକୁ କଳା ଗାମୁଛା ପକାଇଥିଲେ ବିଜେପି ସଦସ୍ୟ ।

ଗୃହ ସୁପରିଚାଳନା ପାଇଁ ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ପ୍ରଶ୍ନକାଳରେ ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ବଡ଼ ବଡ଼ ବ୍ୟାନର ଓ କେନ୍ଦ୍ର ମନ୍ତ୍ରୀ ଏବଂ ମୋହଲ ଲାଲ ଶର୍ମାଙ୍କ ଫଟୋ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣାରେ ବସିଥିଲେ । ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe